ପୁଣି ଶୀତର ଆଗମନରେ
ପୁଣି ଶୀତର ଆଗମନରେ
ଅତଳସ୍ପର୍ଶୀ ଗଭୀର ପର୍ଣ୍ଣ ର ସାଗରରେ,
ଅବୋଧ ଶିଶୁ ଟିଏ ହଜିଗଲା ପରି...
ସହରର ଅଚିହ୍ନା ଗଳିରେ,
ଲକ୍ଷ୍ୟହୀନ ପଥିକ ସଦୃଶ,
ଖୋଜିବୁଲେ ତୁମକୁ ଏ ମନ....
ପୁଣି ଶୀତର ଆଗମନରେ।
ଅଭୁଲା ସ୍ମୃତି ଘନ କୁହେଳିକା ସମ,
ସେ ଦୀର୍ଘ ରଜନୀରେ...
ଚନ୍ଦ୍ରମା ର କୋମଳ ଜୋଛନାରେ ,
ତୁମ ସ୍ପର୍ଶ ଓ ନିଃଶ୍ୱାସର ଉତ୍ତାପ ରେ...
ସମର୍ପିଥିଲି ମୋ ସତ୍ତା,
ଶୀତ ର ଆଗମନ ରେ।
ସଞ୍ଚାରେ ସ୍ନିଗ୍ଧ, ଅପୂର୍ବ ଶିହରଣ, ହୃଦୟରେ, ଅଙ୍ଗରେ, ସ୍ନାୟୁ ରେ....
ଜାଣି ସୁଦ୍ଧା ଋତୁ ପରିବର୍ତ୍ତନଶୀଳ,
ସୈlନ୍ଦର୍ଯ୍ୟ କ୍ଷଣସ୍ଥାୟୀ...
ଏବେବି ହୃଦ୍ ସ୍ପନ୍ଦନ ବଢିଯାଏ,
ଶୀତ ର ଆଗମନ ରେ।
ଏବେ ଜୀବନର ଅପରାହ୍ନେ,
ବଦଳିଛି ପ୍ରେମ ଓ ପ୍ରଣୟର ସଂଜ୍ଞା
କ୍ଷଣଭଙ୍ଗୁର ସଂସାରେ,
କିପରି ଏ ସ୍ୱର୍ଗୀୟ ଉଲ୍ଲାସ....
ଖୋଜେ ତୁମ ପ୍ରତିବିମ୍ବ....
ପ୍ରତ୍ୟୁଷର ପ୍ରତିଟି ଶିଶିର ବିନ୍ଦୁରେ,
ବହି ଆସୁଥିବା ହିମସ୍ରୋତ ରେ,
ପୁଣି ଶୀତର ଆଗମନରେ।