ସମ୍ପର୍କ
ସମ୍ପର୍କ
କିଛି ଜରୁରୀ କି ଖୋଜିବା ,
" ସମ୍ପର୍କ " ର ଗୋଟେ ଶବ୍ଦାର୍ଥ ??
ବାସ୍ -
ତୁମେ ମାଖିନିଅ , ମୁଁ ବୋଳିନିଏ ,
ଶ୍ରଦ୍ଧାସୁମନର ଟିକେ ରଙ୍ଗଅବିର ।
ଦେଖଥରେ -
'ସମ୍ପର୍କ' ଆଉ କିଛିନୁହେଁ ,
ସାଧା ସିଲଟରେ ଯା'ଖାଲି
ଗୋଟେ ସରଳ ଶୃତଲିଖନ !
ସଫା ହେବାକୁ ତ ମୁନ୍ଦେ ପାଣି ବି ଯଥେଷ୍ଟ !!!
@ ଅମୀୟ ବେଜ୍