ଫେଡାଣ
ଫେଡାଣ
ସେ ବାଲି ଘର ହେଉ ଅବା ଫୁଲଗଛ ,
ଜୀଅନ୍ତି ସବୁ , ନେଇ ନିଜନିଜ ଆୟୁଷ ।
ମିଶାଣ-ଗୁଣନରେ ଅବା ହରଣ-ଫେଡାଣରେ,
ପ୍ରେମ କିନ୍ତୁ ନିଜେ ଭୋଗି ନିଏ , ତା' ଭାଗ ତକ ।
ଯା'କିଛି ରହିଯାଏ ଅଭୋଗ୍ୟ ,
ସେ'ସବୁ ପ୍ରେମ ନୁହଁ , ତୁଚ୍ଛା ଅବଶୋଷ !!!
ଦେଖ -
ଘର ଆଗ ସେ ପୁଷ୍ପବତୀ ଟଗରର ଗଛକୁ !
ଫୁଲର ବି କି'ଥାଏ , କିଛି ଗୋଟେ ଓଜନ ???
ତେବେ ସୁଦ୍ଧା ନଇଁ ପଡେ ଡାଳ ତକ , ହାତ ପାଆନ୍ତାକୁ !
ଏବେ , ତୁମ ଇଚ୍ଛା !
ଥରୁଟିଏ ଚୁମି ନିଅ ,ଅବା ତୋଳିନେଇ ଥୁଣ୍ଟା ଛାଡିଦିଅ !
କୁହ ଦେଖି -
ସଯତ୍ନରେ ଗୁନ୍ଥିଦେଲେ ,
ସତେ କ'ଣ ଭୋଗି ହୁଏ ପ୍ରେମ ଭାଗ ??
ସତ ଏୟା’ , ଥୁଣ୍ଟା ଡାଳେ ରହିଯାଏ ପ୍ରେମ ତକ !
ଫୁଲର ସବୁଯାକ ଅସ୍ତିତ୍ଵ !!!
ଏଇ ବାଲି ଘର , ଫୁଲଗଛଙ୍କ ପରି
ପ୍ରେମର କି' ଥାଏ ଏକ ନିର୍ଦ୍ଦିଷ୍ଟ ଆୟୁଷ??
କେମିତି ଯେ' -
ବୟସ୍କ ହେବା ସହ , ଫେଡିଯାଏ ସବୁଯାକ ବିଶ୍ଵାସ ??
@ ଅମିୟ ବେଜ୍
