Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ଝୁରାପଣ

ଝୁରାପଣ

1 min
6.7K


ହାଲକା - ହାଲକା ବର୍ଷା ଝରେ ମୋ ଅଗଣାରେ !

ଦୁର୍ବଳ ହେଲାଣି ଏ ମୌସୁମୀର ଅବପାତ ।

ଟିକେ ରୁଣୁଝୁଣୁ , ଟିକେ ନିଃଶବ୍ଦ ,

ତଥାପି ବି ଭିଜା ଭିଜା ଏ ଅନ୍ତଃସ୍ୱର !

ବାସ୍ ! ସେଇ ତକ ହିଁ ଖାଲି ଝୁରାପଣ !!

ହାଲକା - ହାଲକା ମନେ ପଡ ତୁମେ ଏବେ !

ଦୂରେଇବା ଚେଷ୍ଟାରେ,ଯା'କିଛି ବଳିପଡେ ଅବଶେଷ ।

ଟିକେ ଝାପସା , ଟିକେ ଫେନିଳ ,

ଅଜବ ଆମ ସମ୍ପର୍କର ଏ ବ୍ୟାକରଣ !

ବାସ୍ ! ସେଇ ତକ ହିଁ ଖାଲି ଝୁରାପଣ !!!

ମନେ ପଡ -

ସେ ନିଃସଙ୍ଗ ରାସ୍ତା ଧାରେ ,

ଅପେକ୍ଷାର ପିଣ୍ଡି ଠାରେ ,

ଦିଅଁ ହୀନ ଦେଉଳରେ ,

ପୂର୍ଣ୍ଣଚ୍ଛେଦର ଛାଇ ତଳେ ,

ଆଉ ନୁହେଁ ! ଜିଦ୍ ପରେ ,

ପୃଷ୍ଠା ପୃଷ୍ଠା କାଗଜରେ ,

ମନେ ପଡ , ତୁମେ ଭାରି ମନେ ପଡ !

ଏଇ ଭୁଲି ସାରି-ମନେରଖିଥିବା ,

ହାରିଦେଇ-ଖୋଜି ପାଇଯିବା

ହିଁ

ମୋ'ର ଝୁରା ପଣ ,

ବାସ୍ ସେଇ ତକ ଖାଲି ଝୁରାପଣ !!!!

@ ଅମିୟ ବେଜ୍


Rate this content
Log in