Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Tragedy

3  

Amiya Bej

Tragedy

ଇଚ୍ଛା

ଇଚ୍ଛା

1 min
6.7K


ଇଚ୍ଛାଟିଏ ତ ଅନେକ ହୁଏ !

ହେବାରେ ପୁଣି କି ଯେ ଥାଏ?

ତଥାପି ବି ସେ ହୁଏ ତ ହୁଏ !

ଯାଇ ପଚାରନ୍ତି ଏ ଭଙ୍ଗା ବାଦଲକୁ ,

ଏତେ ସ୍ନିଗ୍ଧ , ଏତେ ମୁଗ୍ଧ

ତଥାପି ତୁମେ ପୁଣି ,ଏତେ ଉତକ୍ଷିପ୍ତ , ଏତେ କରାଳ ?

ପଚାରି ନିଅନ୍ତି ଯାଇ ନୀଳ ସମୁଦ୍ରକୁ ,

ଏତେ ବିସ୍ତୀର୍ଣ୍ଣ , ଏତେ କାଞ୍ଚନ

ତଥାପି ତୁମେ ପୁଣି ଏତେ ରହସ୍ୟ , ଏତେ ଉତ୍ତାଳ ?

ଇଚ୍ଛାଟିଏ ତ ଅନେକ ହୁଏ !

ହେବାରେ ପୁଣି ଗୋଟେ କି'ଯେ' ଥାଏ?

ତଥାପି ବି ସେ ହୁଏ ତ ହୁଏ !

ଇଛାଟିଏ ବି ସତେ ଏମିତି ହୁଏ -

ମୁହଁପାତି ଛିଡାଥାନ୍ତି ତୋ ଚଲାଧାରେ ,

ଆଡକରି ପ୍ରିୟା ମୋତେ ତୁ ଗଲାପରେ,

ଗଣୁଥାନ୍ତି ପାଦଚିହ୍ନ ତୋ ଅଲକ୍ଷ୍ୟରେ !

ହତବମ୍ବ ହେବୁ ନିଶ୍ଚେ , ଫେରା ପଥରେ ,

ଧୋଇଦେଲା ଚିହ୍ନ କିଏ , ଛାତି ଲହୁରେ ??

ଇଚ୍ଛାଟିଏ ତ ଅନେକ ହୁଏ !

ହେବାରେ ପୁଣି କି ଯେ' ଥାଏ?

ତଥାପି ବି ସେ ହୁଏ ତ ହୁଏ !!

ଆଉ ପଚାରେନା ଧନ , ସେ କାହିଁକି ହୁଏ ?

ଇଛାଟିଏ ପୁଣି କାହିଁକି ହୁଏ ??


@ ଅମିୟ ବେଜ୍


Rate this content
Log in

Similar oriya poem from Tragedy