Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

5.0  

Amiya Bej

Others

ଈଶ୍ୱର

ଈଶ୍ୱର

1 min
367


ଅନ୍ଧାରୁଆ ଆମ ଗଳି ରାସ୍ତାଧାରେ

ଛନକା ପଶିଲା ଆଜି ଛାତି ଭିତରେ ।

ଏଈଠିକେଉଁଠି ତ ଥିଲେ କାଲିଯାଏଁ ,

ଆସ୍ଥାନ ଜମେଇ , ବଡ ସରାଗରେ

ଜଣେ ଈଶ୍ୱର !

କେତେ ଭିଡଭାଡ଼ କେତେ କୋଳାହଳ

କେତେ ଭୋଗରାଗ କେତେ ଫୁଲମାଳ

କେତେ ଧସ୍ତାଧସ୍ତି କେତେ ଆତ୍ମାଶାନ୍ତି ।

ହେଈ ! ଦେଖତ

ରାତିଟା' ଭିତରେ , ନାହାଁନ୍ତି ଆଉସେ' ଅଧୀଶ୍ୱର !

ଆଜି ପୁଣି , ଆମ ସେ' ଅଂଧାରୁଆ ଗଳି ରାସ୍ତାରେ

ଭୁସ୍ କି' ବାହାରେ ଜଣେ ଈଶ୍ୱର ।

ବୁବୁକ୍ଷୁ , ଜରାଜୀର୍ଣ୍ଣ , ନିରାଶ୍ରୟ , କୁତ୍ସିତ !

ସାହାସୀ ଛାତିରେ ପଚାରିଲି ମୁଁ

ହେଃ !

ଦେହ ଯା'ର ଏଡେ କଙ୍କାଳସାର ,

ସେ'ଯେ ପୁଣି ଗୋଟେ କି' ଈଶ୍ୱର ?

ହସେ ଈଶ୍ୱର

ଖେଁ ଖେଁ ଖେଁ

କହିଲୁ ଦେଖି ?

ମୃଣ୍ମୟ କେ' ଗଢେ କାହାର ?

ଈଶ୍ୱର ମଣିଷର

ନା

ମଣିଷ ଈଶ୍ବରଙ୍କର ?



Rate this content
Log in