Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ଚାଲ୍ ଥରେ

ଚାଲ୍ ଥରେ

1 min
6.6K


ଚାଲ୍ , ଥରେ ବଦଳାଇନେବା ଆମ ଛାତି !

ମୋ' ଖୋଳପାରେ ତୋ'ର

ତୋ' ଖୋଳପାରେ ମୋ'ର

ଖୁ'ବାଗେ ଥୋଇ ,

ଆପଣାକୁ ନେବା ଟିକେ ପରଖି !

ଚାଲ୍ ଥରୁଟେ ବଦଳାଇଦେବା ଆମ ଛାତି !!

କିଛି ତୁ ମାନିନେବୁ , କିଛି ମୁଁ ମାନିଯିବି ।

କିଛି ତୁ ସହିନେବୁ , କିଛି ମୁଁ ସହିଯିବି ।

କିଛି ତୁ ବୁଝିନେବୁ , କିଛି ମୁଁ ବୁଝିଯିବି ।

କିଛି ତୁ ପାଇନେବୁ , କିଛି ମୁଁ ପାଇଯିବି ।

ଏଇ

ମାନିବା-ସହିବା , ବୁଝିବା-ପାଇବା,

ଅଙ୍କ-ମାନସାଙ୍କରେ ତ,

ସମ୍ପର୍କର ଗୋଟେ ଉତ୍ତର ଅଛି !!

ଚାଲ୍...

ଚାଲ୍ ଆଜିଥରେ ବଦଳାଇଦେବା ଆମ ଛାତି !

ହଁ! ଚାଲ୍..

ବଦଳାଇଦେବା ଆମ ଛାତି !!


@ ଅମିୟ ବେଜ୍

ଘଟଗାଁ , କେନ୍ଦୁଝର


Rate this content
Log in