ପିଣ୍ଟୁ
ପିଣ୍ଟୁ
ଜାଣ ଶର୍ମୀ !
ଦେବ ପ୍ରତୀତ ସବୁଯାକ ଈଶ୍ୱରଠାରେ
କାଣିଚାଏ ଦେବତ୍ୱ ନଥାଏ !
କିନ୍ତୁ ଥାଏ - 'ପିଣ୍ଟୁ' ଠାରେ !
ଯେ' ନିର୍ଭୟ , ନିଃସଂକୋଚରେ ଧାଉଁଥାଏ
ଲହଡିର ମଝିରେ ଅବା ବାଲୁକାର ଶେଯରେ ।
ଅନ୍ୟାନ୍ୟ ଈଶ୍ଵରଙ୍କ ପରି ,
ପିଣ୍ଟୁଠାରେ ନା ଭୋକ ଥାଏ , ନା ଶୋଷ ।
ମୋଟାମୋଟି ନଥାଏ ବି କିଛି ଗୋଟେ ଷଢଯନ୍ତ୍ର ।
ପିଣ୍ଟୁ କେବଳ ପିଣ୍ଟୁ ।
ଗୋଟେ ସାମୁଦ୍ରିକ ଈଶ୍ୱର ।
ଯା'ପାଇଁ ଲୋଡାନାହିଁ , ପ୍ରତିଷ୍ଠାର ବଡ ଦେଉଳ ।
ନାହିଁ ନାହିଁର ଏ ନିଃସ୍ୱପଣ ଭିତରେ ,
ପିଣ୍ଟୁ ଠାରେ ଯା' ଥାଏ -
ସମୁଦ୍ରେ ଲୁହ ଆଉ ପର୍ବତେ କୋହ !!!!
ତୁମେ ଏବେ ପଚାରିପାର -
ପିଣ୍ଟୁ ତ ଈଶ୍ୱର ! ତା'ର ପୁଣି ଏ ଲୁହ କୋହ ?
ହାହାହା ! ମୋ'ପ୍ରିୟ ଶର୍ମୀ !
ନଥିବାରୁ ଥିବା ଖୋଜି ନେବା ,
ହାରି ମଧ୍ୟ ଜିତି ପାରୁଥିବା ,
ସର୍ବାଧିକ ପ୍ରେମ ଭୋଗୁଥିବା,
ପିଣ୍ଟୁ , ଏକ ଅଜବ ଈଶ୍ୱର !!!!
ଏବେ ତୁମେ ପୂଜା କର ଅବା ଛି' କର
ପିଣ୍ଟୁ ଧାଉଁଥିବ , ବେଳାଭୂମିର ଏପ୍ରାନ୍ତ ରୁ ସେ ପ୍ରାନ୍ତ ।
ନା ହରାଇବ ସେ ତା' ଦେବତ୍ୱ !
ନା ବାଧ୍ୟହୋଇ ଛାଡିଦେବ ପିଣ୍ଟୁତ୍ୱ !!
ଜାଣ ଶର୍ମୀ !
ଇଚ୍ଛା କରି ଛାଡି ହୁଏନି ଏ ପିଣ୍ଟୁତ୍ୱ !
ସତ କହୁଛି , ଛାଡି ହୁଏନି ଏ ପିଣ୍ଟୁତ୍ୱ !!!
@ ଅମିୟ ବେଜ୍
