Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ରାସ୍ତା

ରାସ୍ତା

1 min
6.6K


ନିଜ ଦୈର୍ଘ୍ୟ-ପ୍ରସ୍ଥ ନେଇ , ରାସ୍ତାଟିଏ ସର୍ବଦା ଅପୂର୍ଣ୍ଣ !

ତା'ର ବି ଥାଏ ଏକ ଅଦେଖା ଉଚ୍ଚତା ।

ଯେବେ ସମ୍ପର୍କ ଜଞ୍ଜାଳ ବୋଧ ଲାଗେ,

ଉଚ୍ଚତା ହିଁ ଖୋଜିଦିଏ , ରାସ୍ତାର ଠିକଣା !!!

ଠିକଣା ହୀନ , ଅଙ୍କାବଙ୍କା ରାସ୍ତାର -

କିଛି ଗୋଟେ ମାନେ ହିଁ ନଥାଏ ।

ମାନେ ଥାଏ - ହୃଦୟ ରାସ୍ତାର ।

ସଂକ୍ଷିପ୍ତ , ସଳଖ , ଅପିଚ୍ଛିଳ ।

ହେଇ ଦେଖ !

ତୁମେ ପିଠି କରିଦେଲା ପରେ ,

ମୁଁ ଏବେ ପିଠିର ପ୍ରେମରେ !!!!

ପ୍ରେମଟା ପା' ଏଇମିତି ! ବଦମାସ୍ !

ପ୍ରାପ୍ତିରେ ନଥାଏ , ଥାଏ ଅପ୍ରାପ୍ତିରେ ।

ତୁମ ଆସିବା ହେଉ , ଅବା ଫେରିଯିବା ।

ରାସ୍ତା ତ ଗୋଟାଏ ।

ହାହାହା ! ତୁମେ ବେଶ୍ ଜାଣ ,

ମୁଁ ଖାଲି ସେଇ ରାସ୍ତାର ପ୍ରେମରେ ।

ଖବର ପାଇଲି , ଖୁସି ଅଛ ଭାରି ।

ତଥାପି, ଭୟ ପାଅ ଟିକେ !

ମୋତେ ଜଣା ଅଛି ପହଞ୍ଚିବାର ଠିକଣା ।

ମୋ'ଆଖିରେ, ଅଂଧପୁଟୁଳିଟେ ବାନ୍ଧି ନେଇଥିଲ ସିନା !

ମୋ' ଅଣ୍ଟିରେ ଥିଲା କିନ୍ତୁ ବେଜାଏ ପ୍ରସବିତା ମଂଜି !!!

ଆଖି ଖୋଲି ଦେଖ ଏବେ -

ଲୁହସ୍ନାତା ରାସ୍ତା ଧାରେ ,

ଗହଗହ , ମହମହ ସୋରିଷର ହଳଦିଆ କ୍ଷେତ !

ତୁମ ଏବର ଠିକଣାକୁ ଖୋଜି ନେବା ଯାଏଁ !!!

@ ଅମିୟ ବେଜ୍

(ଯୁବାୟନ ର ସ୍ୱରବର୍ଣ୍ଣ ଦେଖି ଆଇଲା ପରେ ମୋତେ ଖାଲି କବିତା ମାଡୁଛି । ସବୁଦୋଷ ଯୁବାୟନର)



Rate this content
Log in