Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

★ ବରଂ ନର୍କ ଭଲ ★

★ ବରଂ ନର୍କ ଭଲ ★

1 min
6.6K



ନିଶୁଣୀ ଲମ୍ବିଛି ସ୍ବର୍ଗ ଯାଏଁ ,

ସୁଖ ଯାଏଁ , ମୋକ୍ଷ ଯାଏଁ !

ଅବିଶ୍ୱାସ ନେଇ , ତଳ ପାହାଚରେ

ଦୋ-ପାଞ୍ଚ୍ ରେ ଆହାଃ ଜୀବନ !

କେ-ଜାଣେ ଶେଷ ଶିଢି ପରେ ,

ସତ ସ୍ବର୍ଗ ନା,

ଚାହିଁ ରହିଛି ଗିଳି ନେବାକୁ କାଳସର୍ପ ?????

ହେଃ! ସ୍ୱର୍ଗକୁ ବି କ'ଣଯେ' ସନ୍ଦେହ ??

ସ୍ୱର୍ଗ ଭଳି କିଛି ଥାଉ କି' ନଥାଉ ।

ନିଶୁଣୀ ପଡିଛି ଯଦି ପଡିଥାଉ ।

ସନ୍ଦେହ ଗଡୁଛି ଯେତେ ଗଡୁଥାଉ ।

ପାପ ବୋଝ ଆମ ଯାହା ବଢୁଥାଉ ।

ବରଂ ନର୍କ ଭଲ !

ଭରିଥିବେ ସେଠି ଜ୍ଞାତି ସହୋଦର !

ନଥିବ ସେଠାରେ ସ୍ବର୍ଗ ଅହଂକାର !

ନା ତୁ ସୀତା , ନା ମୁଁ ତୋ' ରାମ !

ତୁଚ୍ଛାଟାରେ କାହିଁ , ଏତେ ସନ୍ତାପ ????

ବରଂ ନର୍କ ଭଲ ! ବରଂ ନର୍କ ଭଲ !!

ଫେରିଆ ତୁ , ବରଂ ନର୍କ ଭଲ !!!

@ ଅମିୟ ବେଜ୍



Rate this content
Log in