STORYMIRROR

Pramila Pati

Romance

3  

Pramila Pati

Romance

ତମେ ଜହ୍ନ ହେଲେ

ତମେ ଜହ୍ନ ହେଲେ

1 min
14.1K


ତମେ ଜହ୍ନ ହେଲେ ହେବି ମୁଁ କଇଁ

ମଥାରେ ଓଢଣା ଦେଇ

ଜୋଛନା ହୋଇ ଝରିଵ ଯେବେ

ଲାଜରେ ଥିବି ଚାହିଁ..

ସପନଭରା ଏ ଜୀବନ ପରା

ଆଶାର ସଉଧ ତୋଳି

ଚାହିଁଥିବି ମୁଁ ଗୋ ତୁମରି ପଥ

ପ୍ରୀତିର ପ୍ରଦୀପ ଜାଳି

ତମେ ସୂର୍ଯ୍ୟ ହେଲେ ହେବି କମଳ

ନିଦରେ ଥିବି ଶୋଇ

ତୁମ ଆଲୋକ ଛୁଇଁଲେ ମତେ

ଖୋଲିବି ଆଖି ମୁହିଁ..

ଏ ଦୁନିଆରେ ସବୁ ତ ମିଛ

ସତ ଏକା ପ୍ରେମ ବନ୍ଧନ

ଯା'ଲାଗି ଝୁରେ ଆକୁଳେ ଏତେ

ଅବୁଝା ମଣିଷର ମନ

ତମେ ବର୍ଷା ହେଲେ ହେବି ବିଜୁଳି

ପାଶେ ପାଶେ ଥିବି ରହି

ତମେ ଝରିଲେ ଅଧିର ହୋଇ

ଧରାକୁ ଯିବି ଛୁଇଁ...

ପ୍ରମିଳା ପତି,କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance