ତମେ ଜହ୍ନ ହେଲେ
ତମେ ଜହ୍ନ ହେଲେ
ତମେ ଜହ୍ନ ହେଲେ ହେବି ମୁଁ କଇଁ
ମଥାରେ ଓଢଣା ଦେଇ
ଜୋଛନା ହୋଇ ଝରିଵ ଯେବେ
ଲାଜରେ ଥିବି ଚାହିଁ..
ସପନଭରା ଏ ଜୀବନ ପରା
ଆଶାର ସଉଧ ତୋଳି
ଚାହିଁଥିବି ମୁଁ ଗୋ ତୁମରି ପଥ
ପ୍ରୀତିର ପ୍ରଦୀପ ଜାଳି
ତମେ ସୂର୍ଯ୍ୟ ହେଲେ ହେବି କମଳ
ନିଦରେ ଥିବି ଶୋଇ
ତୁମ ଆଲୋକ ଛୁଇଁଲେ ମତେ
ଖୋଲିବି ଆଖି ମୁହିଁ..
ଏ ଦୁନିଆରେ ସବୁ ତ ମିଛ
ସତ ଏକା ପ୍ରେମ ବନ୍ଧନ
ଯା'ଲାଗି ଝୁରେ ଆକୁଳେ ଏତେ
ଅବୁଝା ମଣିଷର ମନ
ତମେ ବର୍ଷା ହେଲେ ହେବି ବିଜୁଳି
ପାଶେ ପାଶେ ଥିବି ରହି
ତମେ ଝରିଲେ ଅଧିର ହୋଇ
ଧରାକୁ ଯିବି ଛୁଇଁ...
ପ୍ରମିଳା ପତି,କଟକ।