ଆଲୋ ଵଉଳ
ଆଲୋ ଵଉଳ
ଆଲୋ ବଉଳ କରିବାଲୋ ଆମ
କଣ୍ଢେଇର ବାହାଘର
ମୋ କଣ୍ଢେଇଟି ସୁନାକନିଆଁ ଲୋ
ତୋ କଣ୍ଢେଇଟି ବର...
ଆମେ ଦୁହେଁ ହେବା ସୁନା ସମୁଦୁଣୀ
ମନରେ ନରଖି ଛଳ
ନିଜ ଝିଅ ଭାବି ଦୋଷ ତା'କ୍ଷମିବୁ
ମନ କରି ନିରିମଳ
ଯାନିଯଉତୁକେ ଲୋଭ ରଖିବୁନି
ବନ୍ଧୁପଣିଆ ଯୁଗ ଯୁଗର....
ମୋ ଅଗଣା ଫୁଲ ତୋ ଘରେ ବାସିବ
ମହକାଇ ଦୁଇ କୂଳ
ତୋ ସ୍ନେହପରଶେ ମତେ ଯିବ ଭୁଲି
ମାଆ ହେବୁ ତୁ ତା'ର
ପରକୁ ଆପଣା କରିପାରିଲେ ଲୋ
ଘର ହୋଇବ ସରଗପୁର...
ମାଆ,ଝିଅ ହେଉ ଅବା ଶାଶୁ,ବୋହୂ
ସଭିଏଁତ ଆମେ ନାରୀ
ନାନା ରୂପେ ସିନା ଜନମ ଆମର
କରମତ ଏକାପରି
ନାରୀ ହୋଇ ଆନ ନାରୀକୁ କଷଣ
ଦେଲେ ପାଇବା ନିନ୍ଦା ଅପାର....।