STORYMIRROR

Sanghamitra Samantaray

Romance

3  

Sanghamitra Samantaray

Romance

ଆକାଶ ମାଟି ପା' ପଦ୍ମ

ଆକାଶ ମାଟି ପା' ପଦ୍ମ

1 min
13.6K


ଆକାଶ କହିଲେ ତୁମ ଛାତି

ମାଟି କହିଲେ ମୋ' ମଥା

ଇଚ୍ଛା କହିଲେ ପା' ପଦ୍ମ ...।

ମଥା ଗୁଂଜି ଦେଲେ

ଆକାଶ ଛାତିରେ

ଭିଜିଯାଏ ଶୁଷ୍କ ମାଟି

ଦି' ବୁନ୍ଦା ଆଖିର ଲୁହରେ....।

ମୁଁ ମୋହଗ୍ରସ୍ତା

ନା ତୁମର କୁହୁକ କିମିଆଁ

ମୁକୁଳିଯିବାର ଅଭୀପ୍ସା ଇ' ଆତ୍ମହତ୍ୟା କରେ

ଆଦିମ ଉଚ୍ଛ୍ୱାସରେ

ବାରମ୍ବାର ଲୋଟୁଥାଏ

ସେ ବିଶାଳ ବକ୍ଷରେ ...।

ନା ଦିନ ଥାଏ ନା ରାତି

ସବୁ ଏକାକାର ସାବଜା ସୁନେଲି

ତୁମକୁ ଭାବିଲା ବେଳେ

ଗୋପନ ଇଚ୍ଛା ମାନଙ୍କର ଆତ୍ମଘୋଷଣାରେ

ସରମିଯାଏ ପାଣିକାଚ

ନୀରବି ଯାଏ ପା' ପଦ୍ମ

ପାଦାଂଗୁଳି ଗାରଟାଣେ ଭୂଇଁର ପିଠିରେ...।

ଏଇଠି ସରେନି କଥା

ମୁଁ ଅଭିମାନ କରିବସେ ପୁଣିଥରେ

ତୁମେ କାଳେ ଲୁଚିଛପି ଦେଖୁଥିଲ ଜହ୍ନର ମୁହଁକୁ

ଜକେଇ ଆସୁଥିବା ଆଖିର

ଆଖିଏ ଲୁହ

ମୁଁ ପୋଛିବା ଆଗରୁ

ତୁମେ କାଇଁ ଜଡେଇ ନିଅ ମତେ

ଆକାଶ ପରିକା

ତୁମ ଛାତିରେ କୁହ...??? 07/12/2017

   (ସଂଘମିତ୍ରା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance