STORYMIRROR

Sanghamitra Samantaray

Inspirational Abstract

2  

Sanghamitra Samantaray

Inspirational Abstract

ମହାର୍ଘ୍ୟ ମିଳନ

ମହାର୍ଘ୍ୟ ମିଳନ

1 min
13.9K


ଆରେ ତୁମେ କାହିଁକି 

ବ୍ୟତିବ୍ୟସ୍ତ ଆଉ ଅଣାୟତ୍ତ 

ଏଇ ସାମାନ୍ୟ ଘଟଣାରେ

ଜାଣିନ କି...

ଉପନୀତ ହୋଇଛି ଏବେ ପରା

ସେହି ମହାର୍ଘ୍ୟ ମୁହୂର୍ତ୍ତ

ଦେଖୁନ

କେମିତି ମହମହ ବାସୁଚି 

ସେଇ ନିଭୃତ ଆଉ ପରିତ୍ୟକ୍ତ କୋଠରୀଟି

ଯେଉଁଠି ରାତି ରାତି ତୁମେ 

ଉଜାଗର ରୁହ....

ଚୂଆ ଚନ୍ଦନ କର୍ପୂର ଆଳତୀ

ଧୂପ ଦୀପର ଗନ୍ଧରେ....

ତୁମେ ଡରୁଛ କି ନିଃଶବ୍ଦ ରଜନୀରେ 

ଶୁଭୁଥିବା ପାଉଁଜିର ଛମ୍ ଛମ୍ ଶବ୍ଦରେ

ସର୍ବୋପରି ଅବାଧରେ ପ୍ରବେଶି ଆସୁଥିବା

ସର୍ପାଦିଙ୍କର ଦଂଶନ ଆଶଙ୍କାରେ

ନା ନା ଡରିବାର କ'ଣ ଅଛି କି ଏଥିରେ 

ତୁମେ ଆଖି ବନ୍ଦକରି ବସି ଯାଅ

ଧ୍ୟାନର ମୂଦ୍ରାରେ..ନିଶ୍ଵାସକୁ 

ଧରି ନିଅ ତୁମ ହାତ ମୁଠାରେ

ହୋଇ ଯାଅ ସ୍ଥିର ଓ ନିର୍ବିକାର 

ଶିବା ଆଉ ଶିବଙ୍କର ହୋଇ ପାରେ 

ହୁଏତ ଅପୂର୍ବ ମିଳନ 

ସେଥି ପାଇଁ ଏ ସବୁର ଏତେ ଆୟୋଜନ

ପ୍ରସ୍ତୁତ କରି ନିଅ ନିଜକୁ

ଏଇ ଘଡିସନ୍ଧି ମୁହୂର୍ତ୍ତରେ

ଯନ୍ତ୍ରଣାକୁ ଉଦରସ୍ଥ କରି

ବୋଲାଇବ ପରା ତୁମେ

ଈଶ୍ଵରଙ୍କ ପ୍ରତିରୂପ ବା 

ଇଶ୍ଵର ସମାନ...।

।। ସଂଘମିତ୍ରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational