STORYMIRROR

Sanghamitra Samantaray

Abstract Fantasy

2  

Sanghamitra Samantaray

Abstract Fantasy

କଥା କବିତା କାହାଣୀ

କଥା କବିତା କାହାଣୀ

1 min
13.3K


କଥା...

କବିତା....

କାହାଣୀ.....

କିଏ କହୁଛି, କିଏ ପଢୁଛି, କିଏ ଶୁଣୁଛି...

ଆଗ ପଛ ଦୌଡ ଦାଉଡ

ଟଣା ଓଟରା... ଛକା ପଞ୍ଝା....

ଖେଳ ନା କାଳ....!!!

ଅବାନ୍ତର ଉଦ୍ଭଟ ଅବ୍ୟବସ୍ଥିତ

ବିଚାରଧାରାର ସ୍ରୋତ

ବୁହାଇ ନିଏ ଭାବର ଉଚ୍ଛାସ

ଆତ୍ମା ନିରେଖୁଥାଏ

କାଚକେନ୍ଦୁର ସ୍ବଚ୍ଛତା

ହଁ, ଅଟକିଯାଇଥିବା ଭାବନା

ବନ୍ଧନମୁକ୍ତ ହେବାଲାଗି

ନିଜ ଭିତରେ ଯୁଝିଚାଲେ ଅନବରତ

ତଥାପି ବେଳେ ବେଳେ ସହମିଯାଏ

ବାଟରେ ନିତି ଭେଟୁଥିବା

ତାଳଗଛର ଛାଇ ପାଖେ.....!!!!

ଦେଖତ, ମୋ ଭାବନାର ମୋଡ

ହଠାତ୍ କେମିତି ବଦଳିଗଲା

ତୁମେ ପାଖେ ପାଖେ ଅଛବୋଲି ଭାବୁ ଭାବୁ

ଲୁହ କେଇ ବୁନ୍ଦା ମୋ ଆଖିରୁ ଝରିଗଲା....

କଥା ଆଉ କ'ଣ ଥିଲା କି....

କିଛି ନୁହଁ ମ'

ଟିକେ ମିଛ ଅଭିମାନ ଆଉ

ମିଠା ମିଠା ପ୍ରେମ ଥିଲା....!!!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract