STORYMIRROR

Sanghamitra Samantaray

Inspirational Abstract

2  

Sanghamitra Samantaray

Inspirational Abstract

ଦ୍ଵିତୀୟ ପୃଥିବୀ

ଦ୍ଵିତୀୟ ପୃଥିବୀ

1 min
13.5K


ହଁ... ହଁ....

ତୁମେ ବୋଧହୁଏ ସେଥିପାଇଁ

ନିର୍ଣ୍ଣୟ କରି ନେଲ ନିଜର ଅସ୍ତିତ୍ଵକୁ

ଜାହିର୍ କରିବାକୁ ଏମତି ଏକ

ଅପରିଚିତ ଅନାମଧେୟ ସ୍ଥାନ 

ଯେଉଠି ତୁମେ ବଂଚି ପାରିବ

ନିଜ ଇଚ୍ଛାମତେ ସୃଜି ଦେବ 

ସମସ୍ତଙ୍କ ଅଗୋଚରରେ ହୁଏତ 

ଦ୍ଵିତୀୟ ପୃଥିବୀ ....।।

କେତେ ଦୁଃସାଧ୍ୟ ଆଉ ଦୁଃସାହସିକ ସତେ

ସମସ୍ତ ମୋହ ମାୟାକୁ ପଛରେ ଫିଙ୍ଗି

ନିଜକୁ ଏକଲାପଣର ଆତ୍ମନିବେଶରେ

ଆଗକୁ ଯିବାଲାଗି ଏକାଗ୍ର ଚିତ୍ତରେ

ଔପଚାରିକତାର ହାତ ସବୁ 

ଅପସରି ଯିବା ପରେ....।।

ନିଜ ଅସହାୟତାକୁ ଆୟୂଧ କରି

ଯୁଦ୍ଧ ଦେହିଂର ଡାକରାର ସମ୍ମୁଖୀନ 

ହେବା ଲାଗି କମରକଷା ଆଉ

ଦୁଃସାହସିକ ପଦକ୍ଷେପର

ଯଥାର୍ଥତା ପ୍ରତିପାଦନ ପାଇଁ 

ସହିବାକୁ ହୁଏ ପରା ଅକଥନୀୟ ଯନ୍ତ୍ରଣା 

ଅସହନୀୟ ଲାଂଛନା...।।

ନିଜ ଅଗୋଚରରେ ତ

ରଚା ସରିଥାଏ ଇତିହାସ 

ଯେତେ ଯେତେ କର୍ମର 

ଧର୍ମ ହେଉ କି ଅଧର୍ମ 

କ୍ଷୁଦ୍ରାତିକ୍ଷୁଦ୍ର ମନେ ହେଉଥିବା 

ସୃଷ୍ଟିକୁ ଅକ୍ତିଆର କରିବାର ଚେଷ୍ଟାରେ

ତୁମେ ହାରିଚ କି ଜିତିଚ କେତେବାର୍

ତାର ସତ୍ୟା ସତ୍ୟ ତଥ୍ୟ ଉନ୍ମୋଚନ କରୁ କରୁ

ସାରା ଜଗତ ହୁଏତ 

ହୋଇଯାଇପାରେ ହତବାକ୍...।।

ଦେଖିଲ ତ ଏବେ କେତେ ଯେ 

ଦୁଃଖ ଆତ୍ମଗୋପନ କରିଥାଏ 

ସୁଖର ପଣତ ତଳେ 

ତାକୁଇ ଆପଣାଇ ନେଲେ ତୁମେ

ଜିତି ଯିବ ଗଡ 

ତୁଚ୍ଛା ମୋହ ମାୟାରେ ହୁଏ

କେତେ ରକ୍ତପାତ 

ଝରି ଯାଏ ଲୁହ ଆଉ ବହି ଯାଏ ଲହୁ....।।

ଶୁଣିଛି, ଇତିହାସର କାଳେ ପୁଣି 

ପୁନରାବୃତ୍ତି ହୋଇଥାଏ 

କିନ୍ତୁ ମୁଁ କହିବି ଏ କଥା ଆଉ କେବେହେଁ

ନ ଫେରୁ ପୁନର୍ବାର 

ସବୁ ରହି ଯାଉ ସେମିତି ସେଇଠି

ଅନନ୍ୟ ଉଦାହରଣ ହୋଇ

ସେ ପୃଥିବୀରେ ତୁମ ମୋ କଥାର

ଅଲିଭା ଅକ୍ଷର ସେମିତି ଚିରକାଳ

ଜଳୁଥାଉ ହୋଇ ଦାଉ ଦାଉ....।

।। ସଂଘମିତ୍ରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational