STORYMIRROR

Sanghamitra Samantaray

Inspirational Abstract

2  

Sanghamitra Samantaray

Inspirational Abstract

ଡୋର

ଡୋର

1 min
2.7K


ଦେଖା ତ ହୋଇଥିଲା

ତୁମ ସହ ଏକାନ୍ତ ବେଳାରେ

ଯଦିଓ ଅନେକ ଗହଳି ଥିଲା

ଆମ ଦୁହିଁଙ୍କର ଚତୁଃପାର୍ଶ୍ୱରେ ।

ସ୍ମରଣୀୟ ହେଲା ସବୁ

ଦିନ ବାର ମାସ ବର୍ଷ ଓ ମୁହୂର୍ତ୍ତ

ସ୍ମରଣୀୟ ହେଲା ବି ଅନେକ ସ୍ଥାନ

ଝାଉଁବଣ ସାଗର ସୈକତ

ପେଣ୍ଠକଟା ହେଲିପ୍ୟାଡ୍ ଷ୍ଟେସନ ଓ 

ମାଉସୀର ଚା ଦୋକାନ।

ମୁଁ ଯାଇ ପାରୁଛି କୋଉଠି

ଛାଡି ଏତେ ମୋହ

ଏତେ ଆସକ୍ତ ଭାବକୁ କେମିତି

ଛିଣ୍ଡାଇବି କୁହ

ସବୁଠି ତ ତୁମରି ଛୁଆଁର

ମହକରେ ମହକିତ

ମୋ ଘର ଅଗଣା ବାରି

ଆଉ ମୋ ନିଜସ୍ଵ ଅସ୍ତିତ୍ଵ।

କାହା କଥା କହୁଛ ଯେ

ବିଜଲି ପରି ଲାଲଟୁ ବି ତୁମ କଥା କହେ

ବିଜିଲି ଠି ଯେମିତି

ମୋଅରି ଛୁଆଁର ବାସ୍ନା

ଲାଲଟୁ ବି ତ ସବୁବେଳେ

ଦେଉଥାଏ ତୁମ ଆସିବାର ସଂକେତ

ଗାଁ ଠୁ ସହର କେତେବା ଦୂର

ସମୟର ସ୍ରୋତରେ କେବେ

ବହି ଯାଏ ନାହିଁ

ସଂପର୍କର ଅଛିଣ୍ଡା ଡୋର।

।। ସଂଘମିତ୍ରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational