ଝିଅଟିଏ ମୁଁ ଝିଅଟିଏ
ଝିଅଟିଏ ମୁଁ ଝିଅଟିଏ
ଝିଅଟିଏ ମୁଁ ଝିଅଟିଏ
ଲୁହ ଢଳ ଢଳ କୋହ ଟିଏ
ଶୀତ ସକାଳର କାକର ବିନ୍ଦୁ ମୁଁ
ଅବୁଝା ଅବୁଝା ସୁରଟିଏ ।
ବାପାମାଆ ମୁହେଁନ ଦେବି ନିଆଁ
ହୋଇଛି ଯେଣୁ ମୁଁ କନିଆଁ
ଗୁମରି ଗୁମରି କାନ୍ଦେ ଜେଜୀ ମୋର
ମୁଁ କାଳେ ହୋଇଛି
ବାପାମାଆଙ୍କର ବୋଝଟିଏ ।
କୁଳ ର ଉଜ୍ଜ୍ୱଳ କରିବି ନାହିଁ
ବଂଶ ଆଗକୁ ନ ନେବି ମୁହିଁ
ପର ପରିବା ବଢୁଛି ଏଠି
ଆଉ କାହା ଘର
ଗଢିବି କେଉଁଠି ହୋଇ ସଂସାରିଟିଏ ।
ଫୁଲଟିଏ ପରି ଫୁଟିବାକୁ ଇଛା
ଜହ୍ନଟିଏ ପରି ବଢିବାକୁ ମନ
ପବନ ପରି ଛଞ୍ଚଳ ହେବି
ଆକାଶ ଛୁଇଁହିମାଳୟ ଚଢିବି
ଦିଅ ମୋତେ ଶିକ୍ଷା ସୁଯୋଗ ଟିଏ ।
ଝିଅ ଜନମ କରିଲୁ ବୋଲି
ମନଦୁଃଖ ତୁ କରନା ମାଆ
ବଢ଼େଇ କୁଢେଇ ସଂସ୍କାର ଦେ
ରଖିବି ତୋର ନିଶ୍ଚୟ ନାଆଁ
ହେବି ତ ଦିନେ ସ୍ରଷ୍ଟା ଟିଏ ।
