STORYMIRROR

Anup kumar Dalabehera

Romance

3  

Anup kumar Dalabehera

Romance

ମାନସୀ ଚନ୍ଦ୍ରମା

ମାନସୀ ଚନ୍ଦ୍ରମା

1 min
919



ଚନ୍ଦ୍ରମା ଗୋ ତୁମେ ମାନସୀ ପ୍ରିୟା ମୋ

ବାଦଲ ଉହାଡେ ଲୁଚି ଯାଅନା

ଝୁରୁଛି ଏ ମନ ରାତିର କୋଳରେ

ଆଖି ମିଟିକା ଟିକିଏ ମାରନା।


ଅପେକ୍ଷାରତ ମୁଁ ବାଟୋଇଟେ ଆଜି

ଶୂନ୍ୟ ଆକାଶକୁ ଚାହିଁ ରହିଛି

ତୁମରି ସପନେ ଭିଜାଇ ନିଜକୁ

ପ୍ରେମ ସଙ୍ଗୀତର ରାଗ ଗାଉଛି।


ଜୋଛନା ପ୍ରୀତିରେ ହଜିଯାଏ ମନ

ପ୍ରେମ ଅବିରକୁ ବୋଳି ଦିଅନା

ଝୁମା ଝୁମା ତୁମ ମୁଦ୍ରିତ ନୟନୁ

ମୋତେ କଣେଇକି ଝାପ୍ସା ଚାହନା।

ଅନୁପ କୁମାର ଦଳବେହେରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance