ମାନସୀ ଚନ୍ଦ୍ରମା
ମାନସୀ ଚନ୍ଦ୍ରମା
ଚନ୍ଦ୍ରମା ଗୋ ତୁମେ ମାନସୀ ପ୍ରିୟା ମୋ
ବାଦଲ ଉହାଡେ ଲୁଚି ଯାଅନା
ଝୁରୁଛି ଏ ମନ ରାତିର କୋଳରେ
ଆଖି ମିଟିକା ଟିକିଏ ମାରନା।
ଅପେକ୍ଷାରତ ମୁଁ ବାଟୋଇଟେ ଆଜି
ଶୂନ୍ୟ ଆକାଶକୁ ଚାହିଁ ରହିଛି
ତୁମରି ସପନେ ଭିଜାଇ ନିଜକୁ
ପ୍ରେମ ସଙ୍ଗୀତର ରାଗ ଗାଉଛି।
ଜୋଛନା ପ୍ରୀତିରେ ହଜିଯାଏ ମନ
ପ୍ରେମ ଅବିରକୁ ବୋଳି ଦିଅନା
ଝୁମା ଝୁମା ତୁମ ମୁଦ୍ରିତ ନୟନୁ
ମୋତେ କଣେଇକି ଝାପ୍ସା ଚାହନା।
ଅନୁପ କୁମାର ଦଳବେହେରା