STORYMIRROR

Krushna Mohan Satpathy

Romance

4  

Krushna Mohan Satpathy

Romance

ବର୍ଷା (୩)

ବର୍ଷା (୩)

1 min
216


ମୌସୁମୀ କଥା 

କେବେ ଅନ୍ୟଥା ହେଇନି

ପ୍ରବାହର ଦିଗ ମଧ୍ୟ ବଦଳିନି,

କଳା ଘୁମର ମେଘ ମାଳା

ମୁକୁଳା ବିସ୍ତୀର୍ଣ୍ଣ କେଶ ଵିନ୍ୟାସରେ 

ଢାଙ୍କି ଦେଲାଣି ଆଖ ପାଖ ଇଲାକା,

ବେଳ ଥାଉ ଥାଉ ନିଡ଼ମୁହାଁ ବିହଙ୍ଗମ

ଫେରୁଛନ୍ତି ଧାଡ଼ି ଧାଡ଼ି ହେଇ,

ହଠାତ ଗତିଶୀଳ ରାସ୍ତାଘାଟ

କି ମଣିଷ କି ପଶୁ

ଏକତ୍ର ଖୋଜୁଛି ଆଶ୍ରୟ !


କାନ୍ଥ ଧାରରେ ଆଉଜି 

ମୁଣ୍ଡ ଗୁଞ୍ଜିବା ପୂର୍ବରୁ

ଭିଜେଇ ଦେଇ ସାରିଥିଲ

ଅମାନିଆ ଫୁଙ୍ଗୁଳା ମନକୁ, 

ତୁହାକୁ ତୁହା ମାଡ଼ି ମାଡ଼ି ଆସୁଥିଲ

ଚାବୁର ଚାବୁର ନାଚି ନାଚି

ପଡ଼ୁଥିଲା ପ୍ରେମଛିଟା ଆପାଦ ମସ୍ତକ !


ସେଇ ରଙ୍ଗ ସେଇ ଦାଗ

ମାଟିର ଅବିର ପାଦର ଅଳତା

ବୁନ୍ଦା ବୁନ୍ଦା ମୁକ୍ତା ସାଜିଛି ନୂପୁର

ଓଠ ଛାପି ଛାପି ଲୋଟିଯାଏ ଧରା

ଛାତି ତଳ ତାତି ଯାଏ ମିଟି ମିଟି

ଦିନଟା ହେଲାଣି ରାତି କିଟି ମିଟି

ପାଦ ଚିପି ଚିପି ସ୍ବପ୍ନ ବାଟବଣା 

ଲୋଟଣି ଖେଳୁଛି ଶ୍ରାବଣର ଧାରା

ହାତ ପାହାନ୍ତାରେ ନଦିଏ ସେ ଧରା ।

                         କ୍ରମଶଃ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance