STORYMIRROR

Umasankar Sahu

Romance

3  

Umasankar Sahu

Romance

ଅମର ପ୍ରେମ:

ଅମର ପ୍ରେମ:

1 min
916


ପ୍ରେୟସୀ ଗୋ ରୂପସୀ ତୁ ପହିଲି ଫଗୁଣ,

ନିର୍ଦୟ ରବି ଉତ୍ତାପେ ତୁ ଧାରା ଶ୍ରାବଣ ।।


ଅମା ନିଶି ଅନ୍ଧକାରେ ପୁନେଇଁର ଜହ୍ନ,

କର୍କଶ ମରୁରେ ଅବା ସାଗର ଦର୍ଶନ ।।


ମୃଗ କି’ତୋ ସମହେବ ଚଞ୍ଚଳ ନୟନେ,

ଗଜ କି’ବା ସରିହେବ ତୋ’ମୃଦୁ ଗମନେ ।।


ସମୁଦ୍ର ମନ୍ଥନେ ଅବା ସୁଧା’ର ସନ୍ଧାନ,

ସକାଳ ଅରୁଣ ପ୍ରାୟେ ସ୍ବର୍ଣ୍ଣିମ ବଦନ ।।


ଚାପଳତା ତୋର ଯେହ୍ନେ ବିଜୁଳିର ଗତି,

ରୂପ ସମ୍ଭାରରେ ଲଜ୍ଜା ହେବେ ରମ୍ଭା ରତୀ ।।


ପରଷମଣି ପରାୟେ ଗୁଣବତୀ ତୁହି,

ଶୁଷ୍କଶୀଳା ସମ ହୃଦେ ପ୍ରାଣ ସଂଚାରାଇ ।।


ସୁନ୍ଦର ସୁନୀଳ ନଭେ ଇନ୍ଦ୍ରଧନୁ ସମ,

ରଙ୍ଗର ପାର୍ବଣ ଅଟେ ତୋ ଅମର ପ୍ରେମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance