STORYMIRROR

Umasankar Sahu

Others

2  

Umasankar Sahu

Others

ପାରିଜାତ

ପାରିଜାତ

1 min
479


ପ୍ରେରଣାର ଉତ୍ସ ତୁମେ ପ୍ରାଣ ସଂଜୀବନି,

ପ୍ରେମର ପ୍ରତୀକ ପାବନୀ ମନ୍ଦାକିନୀ ।।

ଓଠ ତୁମ ମଧୁମୟ ବାଣୀ ମୁକ୍ତାଝରା,

ମୃଣ୍ମୟ ମୁରତି ସତେ ଅଜନ୍ତା ଏଲୋରା ।।

ନୟନରୁ ବାରି ହୁଏ ହୃଦୟ ଆବେଗ,

ତରଙ୍ଗୀତ କେଶେ ଢେଉ ଖେଳଇ ନିଦାଘ ।।

ବିଜୁଳିର ଛିଟା ତୁମ ଲାଜ ଲାଜ ହସେ,

ଲକ୍ଷେ ପଦ୍ମ ଫୁଟେ ତୁମ ପାଦର ପରଶେ ।।

ହରିଣୀର ଚପଳତା କୋମଳ ଯୌବନେ,

ରମ୍ଭା ମେନେକା ଅବା ନନ୍ଦନକାନନେ ।।

ପୁନେଇଁ ଜହ୍ନକୁ ଜିଣି ଅପୂର୍ବ ଶୃଙ୍ଗାର,

ଶରତ ପ୍ରାତଃରେ ଅବା ଶୀତଳ ଶିଶିର ।।

ସୁକ୍ଷ୍ମ ପରଶ ତୁମ ମୟୁରଚନ୍ଦ୍ରିକା,

ପ୍ରଣୟର ପ୍ରଦୀପରେ ଦୀପ୍ତ ଅଗ୍ନି ଶିଖା ।।

ପୀରତିର ମହକରେ ସୁଗନ୍ଧିତ ମନ,

ଚନ୍ଦନ ଯେହ୍ନେ ଚହଟେ ବନ-ଉପବନ ।।

ରୂପ ମାଧୁର୍ଯ୍ୟରେ ତୁମେ ଚୀର ବସନ୍ତ,

ମନ ମାନସରୋବରେ ତୁମେ ପାରିଜାତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍