STORYMIRROR

Umasankar Sahu

Others

3  

Umasankar Sahu

Others

ବାସିଫୁଲ

ବାସିଫୁଲ

1 min
882


ପ୍ରେମପଥ ଅବା ଏତେ କଣ୍ଟକିତ

ଫୁଲଟି ଫୁଟିବା ସ୍ବପ୍ନ,

କେବେ ବାସ୍ତବତା ବାସିଫୁଲ ଏଠି

କେବେ କଳ୍ପନା ପୁନେଇଁ ଜହ୍ନ ।।


କହିବାକୁ ସିନା ଭୁଲି ଯାଏ ମୁହିଁ

ରାତି ସରେନାହିଁ ମୋର,

ଅନିଦ୍ରା ହେଲିଣି କେତେ ରାତି ମୁଁ ଯେ

ହିସାବ ରଖିନି ତା'ର ।।


ଆଖିରେ ଆଖିରେ ଲୁଚକାଳୀ ଖେଳ

ତୋ ଭାବରେ ଭରା ସ୍ନେହ,

ସାଗର ଥିଲୁ ତୁ ସ୍ୱାର୍ଥପର ହେବା

କେବେଠୁଁ ଶିଖିଲୁ କହ ?


ଏକା ଏକା ମୁଁ ଭାରି ଭଲଥିଲି

ଚହଲାଇ ଦେଲୁ ମୋତେ,

ଦିଗଭ୍ରଷ୍ଟ ତୀର ସମ ମୁଁ ଅଧୀର

ଲକ୍ଷ୍ୟହୀନ କକ୍ଷପଥେ ।।


ପୁଣିଥରେ ଆଜି ପ୍ରତିଜ୍ଞା କରିବା

ପାଷାଣ ନକରି ହିଆ,

ବାଜୀଉଠୁ ପୁଣିନପ୍ରେମରବଂଶୀ

କଥା ଦେ’ ମୋତେ ପ୍ରିୟା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍