STORYMIRROR

Umasankar Sahu

Romance

2  

Umasankar Sahu

Romance

ବଣମଲ୍ଲୀ

ବଣମଲ୍ଲୀ

1 min
464


ଅସରା ସ୍ବପ୍ନକୁ ରାତିସିନା ନାହିଁ ଅସରନ୍ତି ତୁମ ଉପମା,

ସତେ ଅବା ମୁଁ ପୁନେଇଁର ସଞ୍ଜ ତୁମେ ମୋ ଶୀତଳ ଚନ୍ଦ୍ରମା ।।


ନିଦରେ ଥାଇ ମୁଁ ସ୍ୱପ୍ନରେ ଯେବେ ରାତିରେ ତୁମକୁ ଦେଖଇ,

ଛାତିରେ ମୋ’ର ସ୍ପନ୍ଦନ ବଢେ ପାରେନି ମନକୁ ବୁଝାଇ ।।


ବଣମଲ୍ଲିର ଅପୂର୍ବ ମହକ ବାସୁଥାଏ ତୁମ ଗଭାରୁ,

ସତେ ଅବା ରବି କିରଣ ହାରିବ ସୁନ୍ଦର ତୁମ ଆଭା'ରୁ ।।


ପ୍ରେମର ଢେଉରେ ସିକ୍ତ ହୃଦୟ ନୟନେ ସାଗର ନୀଳିମା,

ଇନ୍ଦ୍ରଧନୁ ଅବା ଆକାଶ ଆଖିରେ ଆଙ୍କିଦିଏ ପ୍ରୀତି ସୁରମା ।।


ବୁଝିପାରେ ନାହିଁ ସ୍ବପ୍ନ କି ସତ ତୁମ ସୌନ୍ଦର୍ଯ୍ୟରେ ହଜଇ,

ଗୋଟିଏ ରାତିର କ୍ଷଣକ ସପନେ କେତେକେତେ କଥା ଭାଳଇ ।।


ଏମିତି ସପନ ନିତି ଦେଖୁଥିବି ନିଦ୍ରାରେ ଅବା ଜାଗରେ,

ସତରେ ନହେଲେ କଳ୍ପନାରେ ହେଉ ରହିଥିବା ସଦା ସାଙ୍ଗରେ ।।


ପ୍ରେମର ଡୋରୀରେ ବନ୍ଧା ହୋଇଥିବା ସାଥିହେଇ ସାତ ଜନମେ,

ପୀରତି ପୁଷ୍ପକେ ଉଡି ବୁଲୁଥିବା ସପନ ରାଇଜ ଗଗନେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance