STORYMIRROR

Umasankar Sahu

Tragedy Inspirational

4  

Umasankar Sahu

Tragedy Inspirational

ଧର୍ଷଣ ପୀଡ଼ିତା:

ଧର୍ଷଣ ପୀଡ଼ିତା:

1 min
428

ହେ ମାନବ ଥରେ ଈଶ୍ୱରଙ୍କୁ ଡାକ ବଞ୍ଚୁ ଉନ୍ନାଓ ପୀଡିତା,

ନ୍ୟାୟ ଅପେକ୍ଷାରେ ଥକି ନଯାଉ ସେ

ଆରୋଗ୍ୟ ହେଇ ପ୍ରତିଶୋଧ ନେଉ ନଲିଭୁ ତା' ପ୍ରାଣ ସଳିତା ।।


କେବେ ସେ ଅହଲ୍ୟା କେବେ ସତୀସୀତା କେବେ ସେ'ଦୁର୍ଗା ସାରଦା,

ଏବେ ଜନମିଣ ଉନ୍ନାଓ ମାଟିରେ 

ସଂଘର୍ଷ କରୁଛି ଜୀବନ ସହିତ ଆଜି ଲୁଣ୍ଠିତ ତା'ର ମର୍ଯ୍ୟାଦା ।।


ମଦ ମୈଥୁନେ ମତୁଆଲା ଏଠି ନିତିନିତି କରେ ଧର୍ଷଣ,

ଧିକ୍ ସେ ପୁରୁଷ ଘୃଣ୍ୟ ଚରିତ୍ର

ବର୍ବରତାର ଯେ ସୀମାଲଙ୍ଘିଅଛି ପଶୁଠାରୁ ହୀନ ଅଧମ ।।


ରାଜନୀତିର ପସାପାଲିରେ ଆଜି ପୁନଶ୍ଚ ହାରିଛି ପାଞ୍ଚାଳି,

ହେ ସମାଜର ପାଣ୍ଡବେ କୁହ,

କେତେଦିନ ଆଉ ସ୍ଥାଣୁହୋଇଥିବ ଶୁଣି ବୁକୁଫଟା କାନ୍ଦବୋବାଳି ।।


ଅଲିଅଳି ଝିଅ ଭାରତ ମାଁ'ର କାନ୍ଦିକାନ୍ଦି ଆଜି କହୁଛି,

ହେ ପୁରୁଷ ଜାତି ତାତୁନି କି'ଛାତି 

ଏଠି ଆଇନ ଆଖିରେ କଳାପଟି ବନ୍ଧା ହେଇଛି ।।


ଆସ ହେ ସର୍ବେ ଅନୀତି ବିରୁଦ୍ଧେ ଏକହୋଇ ଆମେ ଲଢ଼ିବା,

ଧର୍ଷଣ ପୀଡିତା ବଞ୍ଚି ଉଠୁ ଆଜି

ଈଶ୍ୱରଙ୍କଠାରେ ପ୍ରଣିପାତକରି ତା' ଆରୋଗ୍ୟ କାମନା କରିବା ।।


Rate this content
Log in

Similar oriya poem from Tragedy