STORYMIRROR

Umasankar Sahu

Inspirational Others

3  

Umasankar Sahu

Inspirational Others

ଚଷା

ଚଷା

1 min
323


ଚଷା ଫେରୁଥିବ ବିଲରୁ

ଅଖକୁ ସାଇତି ଖିଲରୁ..

ଚିରା ପଗୁଡିରେ ଖରା ଗଳୁଥିବ,

ପଖାଳ କଂସା ତା' ବାଟ ଜଗିଥିବ ଛପର ଚାଳିଆ ଖୋଲରୁ ।।


ତା' ଅଭାବୀ ଆଖିର ନିଶାକୁ

ଅଦିନ ବରଷା ଆଶାକୁ..

ଯେଉଁଠୁ ଦେଖିଲେ ଯେମିତି ଦେଖିଲେ,

ବୁଝି ହେଇଯିବ ମାଟି ସାଙ୍ଗେ ସିଏ କଥା ହେଉଥିବା ଭାଷାକୁ ।।


ହଡା ବଳଦଖୁରାର ବଳକୁ

ଚଇତ ଚୁଆଁର ଜଳକୁ

କପାଳ ଆଦରି ବାଛିନିଏ ହେଲେ,

ଲୁଚାଇ ଦିଏ ତା' ଆଖି କୋଣ ଛଳ ଛଳକୁ ।।


ଡିବିରି ଜଳାଇ ସଞ୍ଜକୁ

ଚିରା ଗାମୁଛାରେ ବାନ୍ଧି ଲାଜକୁ..

ପେଟକଥା ବୁଝେ ଜନ ଜଗତର,

ଫସଲ ଯୋଗାଏ ରାଇଜ ଯାକକୁ ଭୋକରେ ଶୁଆଇ ନିଜକୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational