STORYMIRROR

Umasankar Sahu

Inspirational Others

3  

Umasankar Sahu

Inspirational Others

ମୌସୁମୀ

ମୌସୁମୀ

1 min
417


ସୁନ୍ଦରୀ ଗୋ ତୁମେ ମୌସୁମୀ ସାଜି

ବରଷି ଜିବକି ଥରେ...

ଶୁଷ୍କ ପଡିଛି ହୃଦୟ କନ୍ଦର

ତପ୍ତଭୂଇଁ ପ୍ରାୟେ ଜଳନେ ଆତୁର

ଅଶ୍ରୁଳ ଆବେଗ,

ନିଃସଙ୍ଗ ଆତ୍ମା,

ତର୍ଷିତ କଣ୍ଠ, ସ୍ୱାଗତ କରିବ ବାରେ.

ସୁନ୍ଦରୀ ଗୋ ତୁମେ ମୌସୁମୀ ସାଜି

ବରଷି ଜିବକି ଥରେ ।।

ବିରହ ବେଦନା ସହିହୁଏ ନାହିଁ

ଗ୍ରୀଷ୍ମ ସମ ଜ୍ୱାଳା ତହୁଁ ବଳି ଯାଇ

ସଂରକ୍ଷିତ ଇଛା,

ସଂଗୃହିତ ଆଶା,

ସମର୍ପିତ ପ୍ରେମ, ପୁରଣ ହେବକି ବାରେ ....

ସୁନ୍ଦରୀ ଗୋ ତୁମେ ମୌସୁମୀ ସାଜି

ବରଷି ଜିବକି ଥରେ ।।

ଚାତକ ଯେସନେ ଜିମୁତେ ଝୁରଇ

ତୁମେ ଆସିବାର ବାଟ ଅଛି ଚାହିଁ

ପୁଲକିତ ମନ,

ଏକାକୀ ହୃଦୟ,

ଷ୍ପନ୍ଦିତ ଓଠ, ତୁମରି ହିଁ ଅପେକ୍ଷାରେ....

ସୁନ୍ଦରୀ ଗୋ ତୁମେ ମୌସୁମୀ ସାଜି

ବରଷି ଜିବକି ଥରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational