STORYMIRROR

Banalaxmi Mohanty

Inspirational

4  

Banalaxmi Mohanty

Inspirational

ବୋଉ

ବୋଉ

1 min
256


ପୃଥିବୀ ଠୁ ବଡ ଅଟେ

    ହୃଦୟ ମୋ ଵୋଉର

ସ୍ନେହ ମମତା ଅଟେ ତା, 

   ସାଗରଠୁ ଗଭୀର। 


ଦଶମାସ ଗର୍ଭେ ଧରି

   ଜନମ ସେ ଦେଇଛି

ବକ୍ଷରୁ ଅମୃତ ଦେଇ

   ପେଟ ମୋର ଭରିଛି।।


ରୋଗରେ ପଡିଲେ ମୁହିଁ

   ତା,ର ନିଦ ହଜିଛି

ରାତି ଅନିଦ୍ରା ହୋଇସେ

   ମୋର ସେବା କରିଛି।।


ନଖାଇଲେ କୋଳେଧରି 

   ମୋତେ ଖୁଆଇଛି

ଅଝଟ ହୋଇଲେ ମୋତେ

   ଜହ୍ନକୁ ଦେଖାଇଛି।। 


ମୋର ହାତ ଧରି ସିଏ

   ଚାଲି ଶିଖାଇଛି

ଝୁଣ୍ଟି ଗଲେ ହାତ ଧରି

   କୋଳେଇ ନେଇଛି।। 


ତା, ପଣତ କାନିରେ ସେ

    ଝାଡି ଝୁଡି ଦିଏ

ମୋ ପାଇଁ କେତେ ଦେବତା

    ସେହି ପୂଜୁ ଥାଏ।। 


ପ୍ରଥମ ଗୁରୁ ମୋର ସେ

   ସବୁ ତାଠୁ ଶିଖେ

ସବୁ ବେଳେ ମୋତେ ସିଏ

   ତା, ନଜରେ ରଖେ।। 


ସତ୍ୟ, ଧର୍ମ,ଓ ସଂସ୍କାର

    ଶିକ୍ଷା ଅଛି ଦେଇ

ଗୁରୁଜନ ପଦ ସେବା

    ଦେଇଛି ଶିଖାଇ।। 


ଆଜି ସିନା ବୋଉ ନାହିଁ 

   ଅଛି ତାର ସ୍ମୃତି 

ତାକୁ ଅନୁସରି ଆମେ

   ଚାଲିବାରେ ନୀତି।।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational