STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ପବିତ୍ର ପ୍ରେମ

ପବିତ୍ର ପ୍ରେମ

1 min
227

ପ୍ରେମ ଭକ୍ତି ଶ୍ରଦ୍ଧା ପବିତ୍ର ପ୍ରେମ ଏ

ମାସ୍କ ପିନ୍ଧିଛନ୍ତି ଏହି,

ସୁରକ୍ଷା ମନ୍ତ୍ରରେ ଜଡ଼ିତ ହୋଇଣ

ପ୍ରେମ କରୁଛନ୍ତି ଏହି।୧।


ନିଃସ୍ୱାର୍ଥ ପ୍ରେମର ସନ୍ଦେଶ ଦିଅନ୍ତି

ଦେଶ ହିତେ ମଧ୍ୟ ଧ୍ୟାନ,

ଦେଶର ସୁରକ୍ଷା ସର୍ବୋପରି ଭାବି

ପ୍ରେମରେ ସୁରକ୍ଷା ଧ୍ୟାନ।୨।


ବାସନର ପ୍ରେମ ନୁହେଁ ଭାଇ ଏହି

ପ୍ରେମ ଭକ୍ତି ଶ୍ରଦ୍ଧା ପ୍ରେମ,

ଦେଶବାସୀଙ୍କୁ ଏ ଶିକ୍ଷା ଦେଉଛନ୍ତି

ଅମୂଲ୍ୟ ଭକ୍ତିର ପ୍ରେମ।୩।


ଦେଶେ ଆବିର୍ଭାବ କରୋନାର ରୋଗ

ପ୍ରେମରେ ସୁରକ୍ଷା ଧ୍ୟାନ,

ମାତୄଭୂମି ପ୍ରେମ ଜନ ପ୍ରତି ପ୍ରେମ

ପବିତ୍ର ପ୍ରେମରେ ଧ୍ୟାନ।୪।


ପବିତ୍ର ପ୍ରେମର ଗାଥା ଲେଖୁଛନ୍ତି

ଗୄହସ୍ଥ ଧର୍ମରେ ରହି,

ଦୁନିଆକୁ ଏହି ଶିକ୍ଷା ଦେଉଛନ୍ତି

ଜନେ ପାଳିବେଟି ଏହି।୫।


ଦୁଇ ଗଜ ଦୂରି ପାଳନ କରିବା

କର୍ତ୍ତବ୍ୟଟି ଆମ ଏହି,

ମାସ୍କ ପିନ୍ଧି ଜନେ ବାହାରକୁ ଯିବେ

ରାଜଧର୍ମ ମଧ୍ୟ ଏହି।୬।


ସାବୁନରେ ହାତ ଧୋଉଥିବା ନିତ୍ୟେ

ପବିତ୍ର ଧର୍ମଟି ଏହି,

ଦାମ୍ପତ୍ୟ ଜୀବନେ ପବିତ୍ର ପ୍ରେମ ବି

ପାଳନ କରିବା ଏହି।୭।


ପ୍ରେମୀ ଯୁଗଳଙ୍କ ପବିତ୍ର ପ୍ରେମ ଏ

ଜଗତକୁ ଶିକ୍ଷା ଦିଏ,

ଗ୍ରହଣ କରିବା ଏହି ଆଦର୍ଶକୁ

ସୁରକ୍ଷା ଶିକ୍ଷାଟି ଦିଏ।୮।


ପ୍ରେମ ଠାରୁ ବଡ଼ ଦେଶର ସୁରକ୍ଷା

ଭୟାଭୟ ଏହି କାଳେ,

ପାଳନ କରିବା ସୁରକ୍ଷାର ମନ୍ତ୍ର

ଭୟଙ୍କର ଏହି କାଳେ।୯।


ପ୍ରେମ ଭକ୍ତି ଶ୍ରଦ୍ଧା ପବିତ୍ର ପ୍ରେମ ଏ

ମାସ୍କ ପିନ୍ଧି ଛନ୍ତି ଏହି,

ସୁରକ୍ଷା ମନ୍ତ୍ରରେ ଜଡିତ ହୋଇଣ

ପ୍ରେମ କରୁଛନ୍ତି ଏହି।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational