ଶ୍ରୀକ୍ଷେତ୍ର ଯାତ୍ରା
ଶ୍ରୀକ୍ଷେତ୍ର ଯାତ୍ରା
ବାଇ ମନରେ ଦେଖ ଶ୍ରୀକ୍ଷେତ୍ରେ ଜହ୍ନ
ବାଇ ମନରେ
ଜଗା ଡୋରି ମୋତେ ଲାଗି ଗଲା ପରା
କେଉଁ ଥିରେ ମୋର ଲାଗୁନି ମନ ।
ବାଇମନ ରେ .......
ବଡ଼ ଦାଣ୍ଡ ବଡ଼ ଦେଉଳ
ଭକ୍ତ ଏଠି ମାଳକୁ ମାଳ
କୋଟି ପଦ ରେଣୁ କହି ଦେଉଛି ରେ
ପ୍ରଭୁ ଦେଖିବାକୁ କେଡେ ଆକୁଳ ।
ବାଇମନ ରେ .......
ସିଂହଦ୍ଵାର ପାର୍ଶ୍ଵରେ ଦେଖ
ଯୋଡ଼ା ବେତ ଝାଡେ ପାତକ
ଅରୁଣ ସ୍ତମ୍ଭରୁ
ପ୍ରଭୁ ଦେଖା ଦେଲେ
ଭାଗ୍ୟରୁ ଲିଭିବ ଯେତେକ ଶୋକ
ବାଇମନ ରେ .........
ଲକ୍ଷ୍ମୀ ପତି ନାମକୁ ଧରି
ପାବଛକୁ ଚଢିବୁ ଥିରି
ବାଇଶି ପାହାଚ ନାମ ଯେ ତାହାର
ଏହି ସ୍ଥାନେ ପ୍ରାପ୍ତ ସୌଭାଗ୍ୟ ଶିରୀ
ବାଇମନ ରେ ........
ଦେଉଳର ବେଢ଼ା ବୁଲିବ
ସାତ ଘେରା ସମାପ୍ତ ହେବ
ଜଗନ୍ନାଥ ନାମେ ଘୃତ ଅର୍ଘ୍ୟ ଟେକି
ଲୟ ରଖି ତୁହି ଯୋଡିବୁ ଭାବ
ବାଇମନ ରେ ........
ଭକ୍ତି ମନେ ଅଞ୍ଜଳି ନେଇ
ଗମ୍ଭୀରାରେ ପ୍ରବେଶ ହୋଇ
ଚକାନୟନକୁ ହୃଦୟେ ଡାକିବୁ
ଯେତେ ତୃଷା ଅଛି ଯିବ ଉଭାଇ ।
ବାଇମନ ରେ ......
ପ୍ରଭୁ ପାଦେ ଲକ୍ଷ୍ୟ ରଖିବୁ
ନିର୍ମାଲ୍ୟକୁ ଖୁଣ୍ଟି ଖାଇବୁ
ଆନନ୍ଦ ମନରେ ଆନନ୍ଦ ବଜାରେ
ଅବଢ଼ା ପ୍ରସାଦ ନିଶ୍ଚେ ପାଇବୁ
ବାଇମନ ରେ .......
ମାନସିକେ ଡାକିବୁ ତୁହି
ସ୍ଵର୍ଗଦ୍ଵାରେ କରିବ ଛାଇ
ଏତିକି ମିନତି ରଖ ଶିରୀପତି
ପାପ ନାଶି ରଖ ଏ ମୋର ଦେହୀ
ବାଇମନ ରେ ......
