STORYMIRROR

Bijaya kumar panda

Inspirational

4  

Bijaya kumar panda

Inspirational

ଛୋଟ ମୋର ଗାଁ ଟି

ଛୋଟ ମୋର ଗାଁ ଟି

1 min
310

ଛୋଟ ମୋର ଗାଁ ଟି ସ୍ବଚ୍ଛ ନିର୍ମଳ ତା'ର ପରିବେଶ ଟି

ହଳଲଙ୍ଗଳ ଦା କୁଦାଳ କାମରେ ଲାଗିଥାଏ ଟି

ହାତରେ କାଟି ଢିଙ୍କୀରେ କୁଟି ଖାଏ ମୁଁ ଯେଉଁଠି

ଭାଗବତ ଟୁଙ୍ଗୀ ଗାଁ ଆଖଡ଼ା ରାତି ପାଏ ସେହିଟି।


ବାଡ଼ି ବଗିଚା ପ୍ରକୃତି କୋଳେ ହୁଏ ଆମ ବୈଠକି

ଶୀତୁଆ ଖରାରେ ମଜା ନେଉ ଗାଁ ଦାଣ୍ଡରେ ବସି,

କୋଇଲି ସ୍ଵର ଶଙ୍ଖ ଘଣ୍ଟା ଶୁଭଇ ନିତି ଏଠି

ଭାଇଚାରାର ସହଯୋଗ ରେ ବିତେ ଆମ ଦିନଟି।


ମନରେ ଭରେ ଚଞ୍ଚଳତା ଚଷା ଭାଇର ସ୍ୱର ରାଗିଣୀ

ହବିଷାଅନ୍ନ ମହକ ରେ ପୁରି ଉଠେ ଗାଆଁଟି

ରାଧାକୃଷ୍ଣ ଦୋଳିରେ ଝୁଲନ୍ତି ଗଢ଼ୁ ମାଦଳାପାଞ୍ଜି

ଭଞ୍ଜ ଫକୀର ରାଧାନାଥ କାହାକୁ ଭୁଲି ନାହାଁନ୍ତି।


କଳା ସଂସ୍କୃତି ପରମ୍ପରାକୁ ଧରିଛୁ ଆମେ ଜାବୁଡ଼ି

ନାନାଦି ପର୍ବରେ ମନ ମୋହନ୍ତି ଆଦିମ ଅଧିବାସୀ,

ଖାରବେଳଙ୍କ କିର୍ତ୍ତୀ ରାଜି ଅଭୁଲା ସ୍ମୃତି ଆମ

ବିପଦ ଆସିଲେ ଏକାଠି ହେବା ଗାଁର ଇତିହାସ।


ଓଡ଼ିଆ ଭାଷା ପଖାଳ କଂସା ଲାଗେ ବହୁତ ମଜା

ଗାଁ ଦାଣ୍ଡରେ ତାସ୍ ଖେଳ ଦୂର କରିଥାଏ ଥକା,

ଓଡ଼ିଆ ବୋହୁ କଥାରେ ମହୁ ଧର୍ମ ପତିବ୍ରତା

ଗାଁରେ ଝିଅ ମନରେ ଲାଜ ଶିଖେ ଘରକରଣା।


ସହରୀ ବାବୁ ଗୋରା ବେପାରୀ କରିଥିଲେ ବାଇ

ତଥାପି, ନିତିକାନ୍ତୀ ଭୁଲି ନାହିଁ ଏ ଓଡ଼ିଶା ଭୂଇଁ,

ହିଂସା ସ୍ୱାର୍ଥ ଲୋଭରେ ପଛେ ମାତିଥାଉ ଭୂଇଁ

ଧର୍ମ ନାମରେ ଅଧର୍ମ କଲେ କେହି ଛାଡ଼ନ୍ତି ନାହିଁ।


ଅକ୍ଷୀମୁଠିର ଅନୁକୂଳ ଜୀବେ ଆହାର ପାଇଁ

ମାଣବସା ଯାଗଯଜ୍ଞ କରିଥାଉ ବିଶ୍ଵଶାନ୍ତି ପାଇଁ,

ଯାନିଯାତ୍ରା ରେ ପିଠାପଣା ଖାଉ ଏକାଠି ବସି

ଆଧ୍ୟାତ୍ମିକତା ଓ ନୈତିକ ଶିକ୍ଷା ଭରପୁର ଅଛି।


ରାମରାଜ୍ୟ ର ସ୍ବପ୍ନ ନେଇ ଚାଲିଛି ଏହି ଜାତି

ଅହିଂସା ଧର୍ମ ବଳ ବୀର୍ଯ ଭରିଛି କଳିଙ୍ଗ ପ୍ରୀତି

ଦାରୁ ଦେବତା କହନ୍ତି କଥା ଆମ ଗୁହାରି ଶୁଣି

ବାର ମାସରେ ତେର ପର୍ବ ପାଳିତ ହୁଏ ଯେଉଁଠି। 


ଗୋପବନ୍ଧୁ ଧର୍ମା ସୁବାଷ ବକ୍ସି ବାଜିଙ୍କ ସ୍ୱର ଶୁଭୁଛି

ଛଉ ଝୁମର ନାଚ ଗୀତରେ ଏବେ ମେଳି ବି ଚାଲିଛି

ଅନେକ ଖେଳ ଗାଆଁ ପିଲା ଏ ମିଳିମିଶି ଖେଳନ୍ତି

ଏହି ମୋର ଗାଁଟି ଓଡ଼ିଶା ପ୍ରଦେଶ ତା'ର ନାମଟି।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational