STORYMIRROR

Prabhati Mahapatra

Inspirational

4  

Prabhati Mahapatra

Inspirational

ମାତା ଧେନୁ

ମାତା ଧେନୁ

1 min
259

ସମୃଦ୍ଧି ଦାୟିନୀ ଶାନ୍ତି ପ୍ରଦାୟିନୀ

ଧରା ପୃଷ୍ଠେ ଧେନୁ ମାତା

ତା ବିନା ସବୁଜ ଅଧୁରା ଦିଶଇ

ତା ପାଇଁ ରହିଛି ସତ୍ତା ।


ଜନ୍ମଦାତ୍ରୀ ସିନା ଜନ୍ମ ଦେଇ ଥାଏ

ପ୍ରାଣ ରକ୍ଷା କରେ ଗାଭୀ

ଅମୃତ ଦାନକୁ ରଖିଛି ଗୋପନେ

ଜ୍ଞାନୀ ଗୁଣି ଲଭେ ଛବି ।


ଗୋଶାଳା ସୌନ୍ଦର୍ଯ୍ୟ ସଙ୍ଗେ ଧେନୁ ବତ୍ସା

ଧନ ଲକ୍ଷ୍ମୀ କରେ ବାସ

ମଳ ମୁତ୍ର ଦାନ ଅତୀବ ମହାନ

କୃଷକ କୃଷିରେ ହର୍ଷ ।


ସମଗ୍ର ଭାରତେ ପୂଜିତ ଯେ ଗାଭୀ

ବଳଭଦ୍ର ପୂଜା ନେଇ

ଉତ୍କଳେ ଆନନ୍ଦେ ଗୋବର୍ଦ୍ଧନ ପୂଜା

ପୁଷ୍ପ ହାର ପିଠା ଖୋଇ ।


ସାତ ମାତା ମଧ୍ୟେ ଧେନୁ ଏକ ମାତା

ଏ କଥା ରଖିବ ଧ୍ୟାନେ

କୋଟି ଦେବା ଦେବୀ ତା ଶରୀରେ ବାସ

କର ଯୋଡ଼ି ମୁଁ ପ୍ରଣାମେ ।


Rate this content
Log in

Similar oriya poem from Inspirational