STORYMIRROR

Rabindra kumar Sahoo

Inspirational

4  

Rabindra kumar Sahoo

Inspirational

ହେ ଉତ୍କଳ ଗୌରବ

ହେ ଉତ୍କଳ ଗୌରବ

1 min
205

  ହେ ଉତ୍କଳ ଗୌରବ

  ହେ ମହାନୁଭବ

  ତୁମେ ଉତ୍କଳର ଗର୍ବ

   ଉତ୍କଳ ଗୌରବ ।


 ଭାଷା ଆନ୍ଦୋଳନର

   ମୁଖ୍ୟ ପୁରୋଧା

 ସ୍ଵତନ୍ତ୍ର ଉତ୍କଳ ଗଠନର

   ତୁମେ ଥିଲ ଯେ ପୁରୋଧା

   ଓଡିଆ ଜାତିର

  ସ୍ଵାଭିମାନ ତୁମେ

   ସ୍ଵାଭିମାନୀ ଓଡିଆ

     ଜାତିର ଛବି

   ତୁମେ ଥିଲ 

  ଏ ଜାତିର ଅଦ୍ୱିତୀୟ ରବି

   ଗାରିମା ଦେଖାଇ ଥିଲ

      ତୁମ ପ୍ରତିଟି କର୍ମେ ।


  ଭାଷା ଭିତ୍ତିରେ ଗଢିଥିଲ ସିନା

   ଏ ଉତ୍କଳ ପ୍ରଦେଶ

     ଓଡ଼ିଆ ଭାଷାକୁ 

     ଯୁବ ସମାଜ ଆଜି 

       କରନ୍ତି ଉପହାସ

   ଓଡିଆ ଭାଷା ଯେ

      ଏବେ ଅଧପତିତ

   ସେ ପାଇଁ ଏ ଜାତି

      ହୁଏ ଉପହସିତ ।


  ତୁମରି ତ୍ୟାଗ

   ତୁମ ବଳିଦାନ ପାଇଁ

   ଗଠିତ ହେଲା

     ସ୍ଵତନ୍ତ୍ର ଉତ୍କଳ

       ପ୍ରଦେଶଟି ଜାଣ

   ସତ୍ୟ, ନ୍ୟାୟ, ଧର୍ମେ

    ଚାଲୁଥିଲ ତୁମେ

   ବିଶ୍ବାସୀ ଥିଲ

  ତୁମେ ମହତ୍ କର୍ମେ

   ଉତ୍କଳ ଟ୍ୟାନେରୀ

   ଜୋତା କାରଖାନା

  ପ୍ରତିଷ୍ଠା କରିଥିଲ

   ତୁମେ ଯେ ସିନା

   ତା'ର ଅପମିଶ୍ରିତ

   ଦ୍ରବ୍ୟ ପାଇଁ

   ସମସ୍ତ ଜୋତାକୁ

    ନଷ୍ଟ କରିଦେଲଟି ଯାଇ ।


   ତୁମେ କୁଳବୃଦ୍ଧ

    ତୁମେ ସ୍ଵାଭିମାନ

   ତୁମେ ହିଁ ଅଟ

   ଏ ଜାତିର ସମ୍ମାନ

   ତୁମ ପାଇଁ ଏ ଜାତି

     କରଇ ଗରବ

   ତୁମେ ପରା ଅଟ

   ଏ ଜାତିର ଗୌରବ

   ହେ ଉତ୍କଳ ଗୌରବ

     ହେ ମହାନୁଭବ ।


  ପ୍ରଥମ ଓକିଲ

    ପ୍ରଥମ ବାରିଷ୍ଟର

   ପ୍ରଥମ ବିଲାତ୍ ଫେରନ୍ତା

  ତୁମେ ଏ ଜାତିର 

  ତୁମ ଲାଗି ଏ ଜାତିର

   ରହିଛି ଅସ୍ତିତ୍ବ

  ବାର ବାର ଚାହେଁ ଏ ମାଟି

   ଜନ୍ମିବାକୁ ତା' କୋଳେ

      ତୁମ ଭଳି ବ୍ୟକ୍ତିତ୍ୱ ।


   ଏ ଜାତି ପାଇଁ

   କାନ୍ଦୁଥିଲା ତୁମ ପ୍ରାଣ

    ଏ ମାଟି ପାଇଁ

     ଅହରହ ଦେଉଥିଲ ଧ୍ୟାନ

   ତୁମ ନିଷ୍ଠା ଓ ଜାତିପ୍ରୀତି ପାଇଁ

   ଏ ଜାତି ସେ ଦିନ

    ହେଲା ଯେ ସ୍ଵାଧୀନ

   ତବ ଚେଷ୍ଟା ବଳେ

 ଗଠିତ ହେଲା ସ୍ବତନ୍ତ୍ର

    ଉତ୍କଳଟି ଜାଣ

  ଧନ୍ୟ ଧନ୍ୟ ତୁମେ

    ହେ ବୀର ସନ୍ତାନ

  ତୁମ ପୟରେ ମୁଁ କରଇ ନମନ ।


  ତୁମେ ଏ ଜାତିର

      ଚିର ନମସ୍ୟ

   ଓଡିଆ ଭାଷା ଓ

   ଓଡିଆ ଜାତି ବଞ୍ଚିଥିବା ଯାଏଁ

  ରହିଛ ରହିଥିବ ତାଙ୍କ

        ହୃଦେ ଅବଶ୍ୟ ।

   ସେ ପାଇଁ ପରା

   ତୁମେ ଏ ଜାତିର ଗର୍ବ

   ଏ ଜାତି ଗଉରବ

  ତୁମେ ପରା ଅଟ

    ଉତ୍କଳ ଗୌରବ

      ହେ ମହାନୁଭବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational