STORYMIRROR

Umasankar Sahu

Romance

3  

Umasankar Sahu

Romance

ବିଦଗ୍ଧ ପ୍ରେମିକା

ବିଦଗ୍ଧ ପ୍ରେମିକା

1 min
281

ପରୀରାଇଜର ସ୍ବପ୍ନ ନାୟିକା

ମୌନାବତୀ ସ୍ନେହାଙ୍ଗିନୀ,

ତୁମରି ସାନିଧ୍ୟ ସୋମରସ ସମ

ମନକିଣା ମଧୁବାଣୀ ।।


କୁଞ୍ଚିତକୁନ୍ତଳ ଘନମେଘ ଯେହ୍ନେ

ଚାହାଣୀରେ ସୌଦାମିନୀ,

ଅପରୂପ ଶୋଭା ଛାତି ହାଣିଦିଏ 

ରତିଜିଣା ଅଙ୍ଗଠାଣି ।।


ବିଦଗ୍ଧ ପ୍ରେମିକା ଅମୃତମୟୀ

ଅପ୍ରତିମ ତୃଷ୍ଣାହାରୀ,

ମୁଗ୍ଧ ଲାଲିମା କମ୍ପିତ ଅଧର 

ଲାବଣ୍ୟ ସହସ୍ର ଶିରୀ ।।


ଶୁଭ୍ର ମେଖଳା ସାବଲୀଳ କଟି

ସ୍ୱର୍ଣ୍ଣ ପ୍ରାୟେ ଦାଉଦାଉ,

ଘନଶୃଙ୍ଗାର ଶ୍ବେତକୋମଳାଙ୍ଗୀ 

ପରଶେ ଝରଇ ମହୁ ।।


ଅନଙ୍ଗଅନଳ ଜ୍ୱାଳା ହଳାହଳ

ପ୍ରଶମିତ କର ସଖି,

ତୁରିତ ତୃପତ କର ମୋର ଚିତ୍ତ

ରୂପମୟୀ ନିରୀମାଖି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance