STORYMIRROR

Umasankar Sahu

Tragedy

3  

Umasankar Sahu

Tragedy

ପୀଡିତା:

ପୀଡିତା:

1 min
187

ଗରିବ ମରେ ପୀଡିତା ହେଇ

ଧନୀକ ଅତ୍ୟାଚାରେ,

ଲୁହରେ ତା'ର ଲକ୍ଷେ କୋହ

ଝରଣା ହୋଇ ଝରେ ।।


କୁଜି ନେତାଙ୍କ ପତିଆରାରେ

ଗରିବ ଦବିଯାଏ,

ଆଖି ଲୁହକୁ କାନିରେ ପୋଛି

ପୀଡିତା ଚୁପ୍ ରୁହେ ।।


ହାକିମ ଦିଏ କଡା ହୁକୁମ

ତୁଣ୍ଡ ଖୋଲିବୁ ନାହିଁ,

ଖୋଲିଲେ ମୁଁହ ପରାଣ ଘେନି

ବଞ୍ଚି ପାରିବୁନାହିଁ ।।


ଗଣମାଧ୍ୟମ ଗୁଣ୍ଡିଆ ନାହିଁ

ସତ୍ୟ ଜାଣିବାରେ,

ଦୁର୍ବଳ ଆଜି ଚତୁର୍ଥ ସ୍ତମ୍ଭ

ସରକାରକୁ ଡରେ ।।


ପୀଡିତା ଯିଏ ପତିତ ଯଦି

ତା'ଲାଗି କିଏ ନାହିଁ,

ମୁଷ୍ଟିମେୟ ମୁକୁଳିଯାଏ

ଚାନ୍ଦା ଚଉଠ ଦେଇ ।।


ଅଶ୍ରୁବିନ୍ଦୁ ଜକେଇ ଆସେ

ସିକ୍ତହୁଏ ଆଖି,

ହୃଦୟ କରେ ଆର୍ତ୍ତନାଦ

ପୀଡିତା ଦୁଃଖ ଦେଖି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy