STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ମମତାମୟୀ ମା

ମମତାମୟୀ ମା

1 min
241


ଦଶ ମାସ ଗର୍ଭେ ଧରି କରିଛୁ ପ୍ରସବ

ସ୍ନେହ ଭରା ପଣତେ ଆଉ କିଏ ରଖିବ

ତୋ ପରି ମା ଜଗତରେ କିଏ ସେ ହେବ ।

ଆମ ମନ ଜାଣି ରାନ୍ଧି ପରସି ଦେବ

ନିଜ କଥା ଭୁଲି ଆମ ଦୁଃଖ ବୁଝୁ ଥିବ

ତୋ ପରି ମା ଜଗତରେ କିଏ ସେ ହେବ ।

ସନ୍ତାନ ସୁଖ ପାଇଁ ସବୁତ ଆଣି ଦେବ

ରାତି ଉଜାଗର ହୋଇ ସେବା କରୁଥିବ

ତୋ ପରି ମା ଜଗତରେ କିଏ ସେ ହେବ ।

ଶିଶୁ ର ଅଳି ଅଝଟ ସବୁ ସହି ଯିବ

ଅମାନିଆ ହେଲେ ଆଉଁସି ବୁଝାଇ ଦେବ

ତୋ ପରି ମା ଜଗତରେ କିଏ ସେ ହେବ ।

ଆମର ସୁଖ କୁ ଦେଖି ଆନନ୍ଦିତ ହେଉ ଥିବ

ଆମର ଲୁହ ଦେଖି କାନ୍ଦି ପକାଉଥିବ

ତୋ ପରି ମା ଜଗତରେ କିଏ ସେ ହେବ ।

ମନ ଜାଣି ସବୁ ଖୁଆଉଥିବ

ଅନ୍ତର କଥାକୁ ଆମର ତ ଜାଣୁଥିବ

ତୋପରି ମା ଜଗତରେ କିଏ ସେ ହେବ ।

ଯା ମମତା ଅମୃତ ସର୍ବଦା ଝରୁ ଥିବ

ଆକାଶ ପରି କା ହୃଦୟ ବିଶାଳ ହେବ

ତୋ ପରି ମା ଜଗତରେ କିଏ ସେ ହେବ ।

ଇଶ୍ଵରଙ୍କ ରୂପେ ପାଖେ ପାଖେ ରହି ଥିବ

ଦିନୁଟେ ପାଖରୁ କେବେ ଦୂର ନ ହୋଇବ

ତୋ ପରି ମା ଜଗତରେ କିଏ ସେ ହେବ ।

ଦୁନିଆ କୁ ଆଣି କିଏ ବା ବଡ଼ କରିବ

କୋଳେଇ କାଖେଇ ସରଗ ସୁଖକୁ ଦେବ

ତୋ ପରି ମା ଜଗତରେ କିଏ ସେ ହେବ ।

ତୋର ଗୁଣ ଯେତେ ଗାଇଲେ କେବେ ନ ସରିବ

ତୁ ପାଖେ ଥିଲେ ଆଉ କିଛି ଲୋଡ଼ା ନ ହେବ

ତୋ ପରି ମା ଜଗତରେ କିଏ ସେ ହେବ ।


Rate this content
Log in

Similar oriya poem from Inspirational