STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ସମୟକୁ ପାରିବ କି ଅଟକାଇ !

ସମୟକୁ ପାରିବ କି ଅଟକାଇ !

1 min
236


ସମୟର ଅନ୍ୟ ନାମ ସ୍ୱୟଂ କାଳ ଯମ

ଅନନ୍ତ ପ୍ରବହମାନ ଧାରାଟିଏ ସମ।

ସମୟ ବକ୍ଷରେ ଦଣ୍ଡ ଦିନ ମାସ ବର୍ଷ

ଯୁଗ କଳ୍ପ ବିତିଯାଏ ନ ଆସେ ତା ଶୀର୍ଷ।


ଇତିହାସ ସୃଷ୍ଟି ହୁଏ ପୁଣି ଧ୍ବଂସ ପାଏ

କେତେ କୀର୍ତ୍ତିମାନ ଧୂଳିସାତ ହୋଇଯାଏ।

ନିରନ୍ତର ପ୍ରବାହ ତା ଦୁର୍ବାର ତା ଗତି

ଅଟକାଇ ପାରିବ କେ ଅଛି ବା ଶକତି !


ସିକନ୍ଦର ନେପୋଲିୟନ୍ ହିଟଲର୍ ଜାର୍

କିଏ ବା ଅମର ହେଲେ ଦେଖାଇଣ ଜୋର୍।

ରାବଣ ସରଗେ ସିଢି ବାନ୍ଧିବ ବିଚାର

କରିବ ଭାବିଲା କାଳ ହସୁଥିଲା କୃର।


ବହିଗଲା ନଦୀ ଜଳ ଗଡିଲା ସମୟ

ଫେରିବନି ଧରିବାକୁ ଅପଚେଷ୍ଟା ଥୟ।

ସମୟ କହୁଛି ବେଳ ଥାଉ ସାବଧାନ 

ସଂସାରେ ସମୟ ବଳୀ ଠାରୁ ବଳବାନ।


ସମୟାନୁବର୍ତ୍ତୀ ହେବା ମହତ କରମ 

ସମୟ ସାଥିରେ ଖେଳ ମନର ଭରମ।

ଆସନ୍ତାକାଲିର କାମ ଆଜି ଦେବା କରି

ଆଜି କାମ ଏବେ କରି ସମୟାନୁସାରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational