STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ବିଭିନ୍ନତାରେ ଏକତା

ବିଭିନ୍ନତାରେ ଏକତା

1 min
283


ଅମୃତରେ ଭରା ଅନୁପମ ଧାରା

ଉତ୍କଳ ସ୍ଥପତି, କଳା,

ଓଡିଶା ମାଟିର ପୂଣ୍ୟତାରେ ଭରା

ଦେବଭୂମି ମୁଖଶାଳା...।


ଉତ୍କଳ ସନ୍ତାନ ପରିଚୟ ତାର

ଜଗନ୍ନାଥ ହେ ମଣିମା,

ବିଭିନ୍ନତା ତାର ଏକତାର ସ୍ୱର

ଐକ ଚିନ୍ତନ ଗାରିମା....।


ଧନ୍ୟ ନୀଳାଚଳ ଉତ୍କଳ ମଣିମା

ସ୍ୱତନ୍ତ୍ରତା ଶୋଭାରାଜି,

ପ୍ରକୃତି ଗାରିମା ଯୋଡ଼ିଛ ମହିମା

ବୃକ୍ଷ, ପତ୍ର, ଫୁଲେ ଆଜି....।


ବିଶ୍ୱର ଗୌରବ ଉତ୍କଳୀୟ କୀର୍ତ୍ତି

ଦେବଭୂମି ର ଅସ୍ମିତା,

ପବିତ୍ରତା ଭରି ଐତିହ୍ୟ ,ସଂସ୍କୃତି

ଯଶ, ମାନର ପ୍ରତିଷ୍ଠା....।


ନିହାଣ, ମୁଗୁର କଥାଯେ ଶିଳ୍ପୀର

ତାରକସି କାମ କୂଟ,

ପାଷାଣ ଦେହରେ ଜୀବନ୍ତ ଶିଳାର

କଳାକୃତି ସୁକ୍ଷ୍ମ ଶ୍ରେଷ୍ଠ....।


କଳାର ସ୍ଥପତି ବିମଣ୍ଡିତ ଶୋଭା

ନିଏ କିଣି ଜନ, ମନ,

ଧନ୍ୟ କାରିଗର ଅଟନ୍ତି ଇଶ୍ୱର

ଉତ୍କଳ ମାଟି ସନ୍ତାନ......।


ପୂରୁବ ଐତିହ୍ୟ ପୂରୁବ ମହିମା

ଚିର ସବୁଜିମା ଭରା,

ସ୍ୱର୍ଣ୍ଣାକ୍ଷରେ ଝରା ମୂକସାକ୍ଷୀ ପରା

ସାଧବ ବଣିଜ ଧାରା...।


କୋଣାର୍କର କଳା ଆକର୍ଷଣେ ଭରା

ଚିତ୍ରମୟ ଆବେଗର,

ବିଭୋର ଭାବନା କରେ ଆନମନା

ବିଦେଶ ରୁ ସ୍ୱଦେଶର.....।


ଉତ୍କଳ ଭୂଗୋଳ ଭାବର ସମ୍ବଳ

କେତେ ଭକ୍ତଛନ୍ତି ଗାଇ,

ସେଇ କୀର୍ତ୍ତିରାଜି ଅମୃତର ଫଳ

ଚେତନା ଦେଉଛି ରହି.......।


କେତେ ବୀରଗାଥା ସ୍ୱର୍ଣ୍ଣାକ୍ଷର ଲିପି

ସ୍ମରଣ କରୁଛୁ ଆମେ,

ଉତ୍କଳ ଜନନୀ ଗୌରବେ ମଣ୍ଡିଣି

କୋଟି ପ୍ରଣାମ ଶ୍ରୀ ପଦେ.....।


କଥାକୁହେ ସତେ ଉତ୍କଳର ମାତା

କେତେ, ବିଭବର ଗାଥା,

କଳାର ପ୍ରଜ୍ଞାତା ବର୍ଣ୍ଣମୟ ସୁଧା

ନଇଁଯାଏ ସଦା ମଥା.....।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational