STORYMIRROR

Kalandi pal

Inspirational

4  

Kalandi pal

Inspirational

ଶ୍ରୀ କୃଷ୍ଣ ଜନ୍ମ

ଶ୍ରୀ କୃଷ୍ଣ ଜନ୍ମ

1 min
186


ରୋହିଣୀ ନକ୍ଷତ୍ର  ଅଷ୍ଟମୀରେ ଭାଦ୍ର

     ଘନ ବିଭାବରୀ କାଳେ.

ବରଷାର ଧାର  ବିଜୁଳି ସମୀର

     ବରଷେ ଏକା ଧାରାରେ.l


ଅଷ୍ଟ କଂସ ମାଲେ  ପ୍ରହରୀ ସକଳେ

     ନିଦ୍ରା ନିଦ୍ରାରାଣୀ କୋଳେ.

ଶାଙ୍କୋଳି ଫିଟିଲା  ଦୁଆର ଖୋଲିଲା

     ଘନ ଅନ୍ଧକାର ବେଳେ. l


ଅର୍ଦ୍ଧ ନିଶା କାଳେ  ମାମୁଁ ବନ୍ଦୀ ଶାଳେ

     ଜନମିଲେ ନନ୍ଦ ବାଳ.

ପିତା ମାତା କଷ୍ଟ  ଖଣ୍ଡିବାକୁ ରିଷ୍ଟ

     ମାତୁଳ ଜୀବନ କାଳ. l


ଅପୂର୍ବ ଶୋଭାରେ  ଝଲସେ ମୁଖରେ

      ବସୁଦେବ ଯେ ଚକିତ.

ଗଦା ଶଙ୍ଖ ଚକ୍ର  ଶୋହେ ବେନି କର

      ଚତୁର୍ଦ୍ଧା ମୂରତି ସେତ. l


ପ୍ରଭୁଙ୍କ ଆଦେଶ  ଘେନ ହେ ନରେଶ

       ଗୋପପୁର ନେଇ ଯିବ.

ମାତା ଦୁର୍ଗା ସେଠି  ଜନମ ଲଭନ୍ତି

       ତାଙ୍କୁ ବଦଳେ ଆଣିବ. l


ଶୁଣି ପ୍ରଭୁ ବାଣୀ  ବୀର ଚୂଡ଼ାମଣି

      ପ୍ରଭୁଙ୍କୁ ଧରି ଶିରରେ.

ଅତି ତରତରେ  ଯାଆନ୍ତେ ଭୟରେ

      ଉଗ୍ରସେନ ନିଶା କାଳେ. l


ଅତି କର୍କଶରେ  କୁହନ୍ତି ଗମ୍ଭୀରେ

      ରୁହ ରୁହ ଆରେ ଚୋର.

ନୋହିଲେ ଛାମୁରେ  ଜଣାଇବି ପରେ

     ପାଇବୁ ଦଣ୍ଡ କଠୋର. l


ପ୍ରଭୁ ନୀଳମଣି  ଭକ୍ତ ମନ ଜାଣି

     ଚତୁର୍ଦ୍ଧା ରୂପ ଧରିଲେ.

ଦରଶନ ସାରି  ସେ ରାତ୍ରି ପ୍ରହରୀ

     ପାଦତଳେ ପ୍ରଣମିଲେ. l


ବସୁଦେବ ଧୀରେ  ସନ୍ତର୍ପଣେ ଗଲେ

     ବାସୁକୀ ନାଗ ଉପରେ.

ଛତ୍ର ଛାୟା ତଳେ  ପ୍ରଭୁଙ୍କୁ ରଖିଲେ

     ଯମୁନା ଦ୍ବିଭାଗ କଲେ. l


ଗୋପପୁର ଯାଇ  କନ୍ୟା ପାଲଟାଇ

     ଆଣିଲେ କୃଷ୍ଣଙ୍କ ତାତ.

ଉଷା ବିରାଜିଲା  କଂସ କୋପ କଲା

     ମାତା ବାଣୀ ଦେଲେ ସତ. l



Rate this content
Log in

Similar oriya poem from Inspirational