STORYMIRROR

Parameswar Ojha

Romance

3  

Parameswar Ojha

Romance

କାସ୍

କାସ୍

1 min
320


କାସ୍

-----------


ତୁମେ ଆସୁଥିଲ

ପାଖେ ବସୁଥିଲ

କଥା ହେଉଥିଲ

ଭଲ ପାଉଥିଲ

ଚିଠି ନେଉଥିଲ

ଚିଠି ଦେଉଥିଲ

ପ୍ରେମ କରୁଥିଲ

ମତେ ଝୁରୁଥିଲ


ବିନା ମେକ୍ଅପ ରେ

ନୂଆ ନୂଆ ତୁମେ ଲାଗୁଥିଲ


ମୋ ଗପରେ ନାୟିକା ସାଜୁଥିଲ

ମୋ ପାଇଁ ଛବି ଟେ ଆଙ୍କୁଥିଲ


ଘଣ୍ଟା ଘଣ୍ଟା ସାଥେ ଗପୁଥିଲ

ମୋ ନିଦ କୁ ଚୋରେଇ ନେଉଥିଲେ


କେବେ ବୀରହ କବିତା ଗାଉଥିଲ

କେତେ ସେନେହ ପିରତୀ ଦେଉଥିଲ


ମୋ କାହାଣୀ ପଢିକି

ପ୍ରଶଂସା ମୋ'ପରେ ଢାଳୁଥିଲ


ସମ୍ବାଦ ପତ୍ର ରେ ତୁମ ଲେଖା ଦେଖି

ସବୁ ଶ୍ରେୟ ମୋତେ ଦେଉଥିଲ


ତୁମ ନଈ ଘାଟ ଗାଁ ଆମ୍ବ ତୋଟା

ପ୍ରିୟ ବାନ୍ଧବୀ ର କଥା କହୁଥିଲ


କଲେଜ ସମୟେ ଅଧା ପ୍ରେମ କଥା

ମୋ ଆଗରେ ଖୋଲି ଦେଇଥିଲ


ଜନ୍ମ ଦିନ ତୁମ ମନେ ନଥିଲା ତ

ମାରିଦେବି ଧମକେଇ ଥିଲ


କିଛି ଅପ୍ରସଙ୍ଗ ମଝିରେ ଉଠିଲେ

"ମୁଣ୍ଡ ପିଟିଦେବିକି ଆଉ" କହୁଥିଲ


ଘରକୁ ତୁମର ଯିବାକୁ କହିଲେ

ଶିଳପୁଆରେ

ମୁଣ୍ଡକୁ ଛେଚିବ କହୁଥିଲ


ପ୍ରତିଥର ଯେତେ ଚୁମ୍ବନ ମାଗିଲେ

କୁଁ କୁଁ ହୋଇ ଦେଉଥିଲ

ହେଲା ? ବୋଲି ଶେଷେ କହୁଥିଲ


ଶୋଇବା ପୂର୍ବରୁ ଗୁଡ଼ ନାଇଟ ଆଉ

ଉଠିବା ପରେ ଗୁଡ଼ ମର୍ଣିଙ୍ଗ

ପଠେଇ ଦେଉଥିଲ


ଫୋନ ଚାର୍ଜ ସରିଗଲେ ପୁଣି

ଚାର୍ଜର ଲଗେଇ ଗପୁଥିଲ


ମିଛେ କହିଥିଲି ଡାକ୍ତରଖାନା ରେ

କ'ଣ ହୋଇଛି ? ପଚାରି

ରାଣ ନିୟମ ପକେଇ ଦେଇଥିଲ


ମନଭରି ଭଲପାଉଥିଲ ମୋତେ

ନିଜଠୁ ଅଧିକା ବିଶ୍ବାସ କରୁଥିଲ


ପ୍ରେମ ଟାକୁ ତୁମ ବୁଝି ନ ପାରିଲି

ଯେବେ ତୁମେ ମୋର ପାଶେ ଥିଲ


ତୁମ କୁ ପ୍ରେମ ର ଅଣୁ ଟେ ଦେଇନି

ତୁମ ବିଶ୍ବଟା ମୋତେ ସମର୍ପିଥିଲ


ସ୍ବାର୍ଥର ପଛରେ ଧାଉଁଥିଲି ମୁହିଁ

ଶେଷେ ତୁମେ ହାତ ଛାଡ଼ିଗଲ


ପର କରିଦେଲ ଭାଗ୍ୟ କୁ ନିନ୍ଦିଲ

ମୋ ପାଇଁ ନିଜକୁ ଛିଃ.. କଲ


ଛାତିରେ ଛୁରୀଟା ଚାଲିଗଲା ଯେବେ

ମୋତେ ଜୀବନରୁ ତୁମେ କାଢିଦେଲ


କାସ୍........


ଆମ ପ୍ରେମ ବୁମେରାଂ ହୋଇଥା'ନ୍ତା କି

ଅଭିମାନ କରି ତୁମେ ପଚାରନ୍ତ

ଏତେ ଦିନ ହେବ

କେଉଁ ଆଡେ ତୁମେ ଯାଇଥିଲ... ?



------------------_-_-_-_---------------


.......... ପରମେଶ୍ବର ଓଝା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance