STORYMIRROR

Abhiram Sahoo

Romance

3  

Abhiram Sahoo

Romance

ପାନ୍ଥଶାଳାର ଅତିଥି

ପାନ୍ଥଶାଳାର ଅତିଥି

1 min
156


ନିର୍ଜନ ଏଇ ପାନ୍ଥଶାଳାର

ରାତିକ ପାଇଁ ମୁଁ ଅଜଣା ଅତିଥିଟିଏ

ଜ୍ଯୋତ୍ସ୍ନା‐ଧଉତ ରାତି ଆକାଶରେ

ଭରା ସ୍ବପ୍ନର ତାରା ଗଣି ଚାଲିଥାଏ

ପାଶେ ଆସି କିଏ କହିଲା ଆଦରେ

ଆତ୍ମୀୟତାର ମିଠାମିଠା ସୁରେ

"ସ୍ବପ୍ନରୁ ଆସ ଫେରି !

ନିଦ୍ରା ନ ଗଲେ କାଲି ପ୍ରଭାତରୁ

ତୁମ ‐ ଯାତ୍ରା ହେବନି ଡେରି ?"

ଦେଖିଲି,ଶିଳ୍ପୀ ଚିତ୍ର କି ଅଙ୍କା

ପାନ୍ଥଶାଳାର ସେ ପରିଚାରିକା

ତନ୍ଦ୍ରା‐ଅଳସ ଆଖି

ଦାୟିତ୍ବ ସାରି ମୋ ନିଦ୍ରା ସେ ଯିବ

ରାତି ଯେ ଅଳ୍ପ ବାକି,

କ୍ଷୀଣ ଆଲୋକର ଦୀପ ହାତେ ଧରି

ସ୍ମିତ ହାସ୍ଯରେ ଧୀରେ ଗଲା ଚାଲି

ନୀରବତା ଛାଇଗଲା

ଦୁଇ କୋଠରିର ମଝି କାନ୍ଥର

ଦୁଆର ଏଯାଏ ମେଲା

ଭାବି ମୁଁ ପାରୁନି ରୁଦ୍ଧ ହେବ କି

ସେମିତି ରହିବ ଖୋଲା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance