STORYMIRROR

Abhiram Sahoo

Others

2  

Abhiram Sahoo

Others

ପୁନର୍ଜନ୍ମ

ପୁନର୍ଜନ୍ମ

1 min
219


କାହାକୁ ବା ଦିଶେ ମୋ'ଠି ପୁଣ୍ଯର ପଦ୍ମ କେତେ

ପାପର କଳଙ୍କ ଧୋଇ ପୁଣ୍ଯର ପଲଙ୍କ ପର୍ଯ୍ଯନ୍ତ

ବାଟ କେତେ ବେଳ କେତେ,ସେମାନେ ଖୋଜନ୍ତି

ମୋ ଜାନୁମୂଳେ କି ବେକତଳେ କୋଉଠି

ଦିଶୁଛି କଳାଜାଇ ଆଉ ରାତିକର ଦାମ୍ କେତେ,

କାହାକୁ ବା ଦିଶେ ସେମାନଙ୍କ ରାତିରାତି

ପାପର ଅନ୍ଧାର ଧୋଇଚାଲିଥିବା

ମୋ ଲୁହ କେତେ ଲହୁ କେତେ,

ଦିଶେ ଧର୍ଷିତ ଅନ୍ଧାରରେ ଉପହାସର

ଉପଭୋଗରେ ମୋ ଅଶ୍ରୁଳ ଅସହାୟତାର

ମାତ୍ରା କେତେ,ମୁଦ୍ରା କେତେ !


ଜନ୍ମ ଜନ୍ମ ସଭିଙ୍କୁ ଆପଣେଇ

ମୋ ଲୋଡିବାପଣର ଆତ୍ମୀୟତା ଭିତରେ

କାହିଁକି ଯେ ଏମିତି ଅସହିଷ୍ଣୁତାର

ଈର୍ଷ୍ଯାଳୁ ଉଲ୍କାପାତ,ଫୁଟିଆସୁଥିବା ପଦ୍ମ

କ୍ଷତାକ୍ତ ରକ୍ତାକ୍ତ !


ଯଦି ମୁଁ ପୁନର୍ଜନ୍ମ ନିଏ ହୁଏତ

ଏ ଦୁଃସମୟ ଗୋଟେ କଅଁଳା ଶିଶୁ ପରି

ମୋ କୋଳରେ ପିଉଥିବେ ସ୍ତନର ଅମୃତ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍