STORYMIRROR

Abhiram Sahoo

Tragedy Others

3  

Abhiram Sahoo

Tragedy Others

କ୍ଷତାକ୍ତ ସମୟ

କ୍ଷତାକ୍ତ ସମୟ

1 min
165

ଯେଉଁ ସମୟ

କିଛି କ୍ଷତର ମାନଚିତ୍ରରେ କ୍ଷତାକ୍ତ,ଏବେ

ସେଇ ସମୟର ହୁଲି ଡଙ୍ଗାରେ ମୁଁ..।

ପାଣି ଅକାତ କାତ,ବିପର୍ଯ୍ଯସ୍ତ ପବନ

ଭିତରେ ବି ଶୁଭୁଛି ଶଙ୍ଖନାଦ,

ହାତ ଆହୁଲାର ତୂଳୀରେ 

ଉତ୍ତାଳ ଢେଉରୁ କେମିତି ମେଞ୍ଚେ ମେଞ୍ଚେ

ଉଠିଆସୁଛି ସବୁଜିମାର ନୃତ୍ଯ ।

ମୋର କୂଳଟିଏ ଲୋଡା

ଡଙ୍ଗାରୁ ଦୂରତା କମିବାର,

ମୋର କୋଳଟିଏ ଲୋଡା

ମାନଚିତ୍ରରେ ସବୁଜ ମାତୃତ୍ବଟେ ଆଙ୍କିବାର ।

ସମୁଦ୍ରର ଶଙ୍ଖାସୁରକୁ ପବନ ହାତରେ

ପବିତ୍ର ଶଙ୍ଖ ଧରେଇବାର

ପବନର ଧୂସର ଘୂର୍ଣ୍ଣିକୁ ଢେଉର ନାଭିରେ

ସବୁଜ ରଙ୍ଗ ଗୋଳେଇବାର

ବିଭୋର ବିଭତ୍ସତା ପର୍ଯ୍ଯନ୍ତ ଆସିଛି ମୁଁ ।

ଆଉ କୂଳ 

ମୋ ପାଦର ମାଟି ଛୁଇଁଲାଣି

ତ ଦେଖ,ମାନଚିତ୍ର ବଦଳି ଗଲାଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy