STORYMIRROR

Abhiram Sahoo

Others

3  

Abhiram Sahoo

Others

ମାଆ

ମାଆ

1 min
315


ଦୟାର ଦୟଣା ପିନ୍ଧା ମା' ଟିଏ ଦୟାର ଦ୍ବାରକା

ଦୟାର ଦାୟିତ୍ବ ବନ୍ଧା ମା' ପୁଣି ଦୟାର ଦେବିକା

ମା' ଏକ ଅନାମିକା ଧ୍ବନି

ମମତାର ମଧୁର ବନ୍ଧନୀ

ତା' କାନି ବନ୍ଧା ମୁଠାଏ ଖୁଦକୁ

ସରି ନୁହେଁ ସ୍ବର୍ଗର ଅମୃତ କଣିକା !

ମା' ଏକ କୋଳଡିଆଁ ମିଠାମିଠା ଡାକ

ମା' ବି ତ ଗାଲସାରା ସ୍ନେହବୋଳା ବୋକ

ଲୁହକୁ ହସରେ ଗୋଳି

ଦୁଃଖର ଢେଉକୁ ଠେଲି

ଦୁନିଆର ରାଜପଥେ ଚିଲେ ଏକା ଏକା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍