STORYMIRROR

Kabiratna Nutan Kumar Behera

Romance

3  

Kabiratna Nutan Kumar Behera

Romance

ପ୍ରୀତି ଶୃଙ୍ଗାରିଣୀ

ପ୍ରୀତି ଶୃଙ୍ଗାରିଣୀ

1 min
186

ଋତୁରାଜ ବସନ୍ତର ଶୁଭ ଆଗମନେ ହସେ ଧରା

ଫୁଲେଇ ଫଗୁଣ ହୁଏ ଚୁଲୁବୁଲି ନାୟିକା

ଚୋରା ଚଇତାଳିରେ ଭରି ମହକର ମାଦକତା

ରୂପ ଲାବଣ୍ୟର ସମ୍ଭାରେ ସାଜେ ଅଭିସାରିକା

ନବ ଯୌବନର ରଙ୍ଗଭରା ପାଖୁଡ଼ା ମେଲି

ପ୍ରିୟ ଲାଗି ପ୍ରିୟା ପ୍ରତୀକ୍ଷାରେ ଥାଏ ଏକା ଏକା 

ପ୍ରେମର ମନ୍ଦିରେ ସେ ପ୍ରେମ ପୂଜାରିଣୀ

ଉଜାଗରେ ସପନ ଦେଖେ ପ୍ରୀତି ଶୃଙ୍ଗାରିଣୀ 

ଫୁଟା ଫୁଲର ରସେ ଦିଏ ତାର ମହକ ଭରି

ଭାବ ଭାଷାରେ ଖେଳାଏ ଆଶା ଅସୁମାରୀ

ପ୍ରୀତିର ବାରତା ତାର ନେଇ ଯାଏ ମଧୁ ମଳୟ

ପ୍ରାଣର ସ୍ପନ୍ଦନେ ଅଥୟ ହୁଏ ପ୍ରେମୀ ହୃଦୟ

ଶୋଭାର ଭୁବନେ ଚମକେ ଯୁବା ତନୁମନ

ଭାବପ୍ରବଣତାରେ ଆସେ ପ୍ରୀତିର ଶିହରଣ

ରସିକ ନାଗର ମଧୁପ ହୁଏ ଭାବେ ବିହ୍ଵଳ

ପ୍ରିୟତମା ଲାଗି ଗଢ଼େ ଅଭିନବ ରଙ୍ଗ ମହଲ

ମନ ମୁଗ୍ଧେ ହୋଇ ତନ୍ମୟ ପାଏ ପ୍ରାଣଭରି ଭଲ

ବିଭୋର ହୁଏ ଶୁଣି କୋଇଲିର ମଧୁର ରାଗିଣୀ

ଭାବେ ଏକାନ୍ତରେ ଚାହିଁ ବସିଥିବ ପ୍ରୀତି ଶୃଙ୍ଗାରିଣୀ

ପ୍ରକୃତି ପୁରୁଷର ସାନ୍ନିଧ୍ୟ ଲାଗି କରେ ଆମନ୍ତ୍ରଣ

ମନ ମନ ପ୍ରାଣ ପ୍ରାଣ ସଶରୀରର ହୁଏ ମିଳନ

ମଧୁମୟ କରି ଗଢ଼ିବାକୁ ସରସ ସୁନ୍ଦର ଜୀବନ

ଆଦିମତାର ସେ ପ୍ରୀତି ଆବାହନୀ ମହାମନ୍ତ୍ର

ପବିତ୍ରତାର ନିବିଡ଼ ସମ୍ପର୍କକୁ ରଖେ ସ୍ଵତନ୍ତ୍ର

ପ୍ରେମର ସାତରଙ୍ଗୀ ଇନ୍ଦ୍ରଧନୁ ଉଠଇ ଝଲସି

ମନ ଆକାଶରେ ତାର ଜ୍ୟୋତି ପ୍ରକାଶି

ସୃଷ୍ଟିର ରଙ୍ଗମୟ ଦୃଶ୍ୟ ଯେତେ ନିଏ ଆକର୍ଷି

ଜୀବନର ସାଥୀ ସାଥେ ସୁଖେ ବିତେ ସାରା ରାତି

ବସନ୍ତର ଫଗୁଣରେ ହସୁଥାଏ ପ୍ରକୃତିରାଣୀ

ତାରୁଣ୍ୟେ ଶାନ୍ତି ତୃପ୍ତି ଲଭେ ପ୍ରୀତି ଶୃଙ୍ଗାରିଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance