STORYMIRROR

Soumyaranjan Nayak

Romance Inspirational

4  

Soumyaranjan Nayak

Romance Inspirational

ସ୍ମୃତି

ସ୍ମୃତି

1 min
332


ତୁମେ ଚାଲିଗଲା ହୃଦୟରୁ ମୋର 

           କରିଦେଇ ସାତ ପର,

ଚାଲିଗଲ ସିନା କରି ମୋତେ ପର

        ତୋଳିଦେଲ ହୃଦୟରେ ଘର।


ପାଇଥିଲି ଭଲ ଜୀବନଠୁ ବେଶୀ 

            ତୁମକୁ ହୃଦୟ ସାଥେ,

ବାଲିଘର ପରି ଭାଙ୍ଗିଲ ମନକୁ

          ଭୁଲିଗଲ ତମେ ମୋତେ।


କେତେ ଦେଖିଥିଲି ସ୍ବପ୍ନ ମୁଁ ତୁମକୁ

             କରିବା ପାଇଁ ନିଜର,

ସ୍ବପ୍ନ ମୋର ସ୍ୱପ୍ନରେ ରହିଲା 

           ଭାଙ୍ଗିଗଲା ଆଶା ମୋର।


ଦିନରାତି ଆଜି ଝୁରୁଛି ତୁମକୁ 

          ଅତୀତର ସ୍ମୃତି ସାଥେ,

ଏମିତି କାହିଁକି ବଦଳିଲ ତୁମେ 

         ଭୁଲି ଚାଲିଗଲ ମୋତେ।


ଭାବନା ରାଜ୍ୟରେ ସାଧା କାଗଜରେ 

     ଛବି ତୁମ ଆଜିଯାଏ ଆଙ୍କି ହୋଇ,

ଲୁହରେ ଭିଜୁଛି ଦୁଇ ଆଖି ମୋର 

           କାହାକୁ ପାରେନା କହି।


ତୁମେ ଗଲାପରେ ବହୁ କଷ୍ଟରେ ବଞ୍ଚିଛି 

            ଭଙ୍ଗା ହୃଦୟକୁ ନେଇ,

ମନରେ ମୋ ଥିଲା ଯେତେ ପ୍ରେମ 

           ବୋହିଗଲା ଲୁହ ହୋଇ।


ଦିନ ଚାଲିଗଲା ତୁମେ ଚାଲିଗଲ 

             ସ୍ମୃତି ଖାଲିଗଲା ରହି,

ଦେଖିଯାଅ ଥରେ କେମିତି ବଞ୍ଚିଛି

             ତୁମରି ସ୍ମୃତିକୁ ନେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance