ରଥଯାତ୍ରା
ରଥଯାତ୍ରା
ଜଗତର ନାଥ ପ୍ରଭୁ ଜଗନ୍ନାଥ ,
ରତ୍ନସିଂହାସନେ ତମେ ବିରାଜିତ।
କୋଟି ଓଡିଆଙ୍କ ହୃଦୟ ସ୍ପନ୍ଦନ,
କାଳିଆ ସାଆନ୍ତ ହେ କଳାବାମନ!
ବରଷକେ ଥରେ ରଥ ଯାତରା,
ଭକ୍ତ ଚାହିଁଥାନ୍ତିହୋଇ ଆତୁରା ।
ଭକତଙ୍କ ଦୁଃଖ ହରିବା ପାଇଁ,
ରତ୍ନସିଂହାସନୁ ଆସ ଓହ୍ଲାଇ ।
ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ,
ମାଉସୀ ଘରକୁ ଯିବ ବାହାରି ।
ଚାଲନାହିଁ ତମେ କର ପହଣ୍ଡି ,
ପଣ୍ଡା ନେଇ ଯିବେ ତମକୁ ଭିଡି।
ଝୁଲିଝୁଲି ବିଜେ କରିବ ରଥେ,
ଶ୍ରୀମୁଖକୁ ଚାହିଁଥିବେ ଭକତେ।
କାହିଁ କେତେ ଦୂର ଲାଗିଛି ଧାଡ଼ି,
ଟାଣିବେ ଭକତେ ରଥ ଦଉଡି଼ ।
ତୁମରି ଆଶିଷ ପାଇବା ପାଇଁ,
କେତେ ଦୂରୁ ଭକ୍ତ ଆସନ୍ତି ଧାଇଁ ।
ରଥ ଗଡ଼ୁଥିବ ବଡ଼ଦାଣ୍ଡରେ ,
ଭକ୍ତ ଟାଣିନେବେ ଭକ୍ତିଭାବରେ।
ଛାଡ଼ିଦେବ ତମେ ଛପନଭୋଗ,
ପୋଡ଼ପିଠାରେ ଯେ କରିବ ଲୋଭ।
ରତନବେଦୀରୁ ହୋଇବ ଦୂର,
ଶ୍ରୀହିନ ଲାଗିବ ତୁମ ଶ୍ରୀମନ୍ଦିର।
ନଅଦିନ ପରେ ତମେ ଫେରିବ,
ସୁନାବେଶେ ସତେ ସଜେଇ ହେବ।
ଏ ଅପୂର୍ବ ଦର୍ଶନ ପାଇବ ଯିଏ,
କୋଟିଜନ୍ମ ପୂଣ୍ୟ ଲଭିବ ସିଏ।
ଜୟ ଜଗନ୍ନାଥ
