STORYMIRROR

ବିଶ୍ବମ୍ବର ବେହେରା

Romance Classics Others

4  

ବିଶ୍ବମ୍ବର ବେହେରା

Romance Classics Others

ପ୍ରେମ ନିବେଦନ

ପ୍ରେମ ନିବେଦନ

1 min
414

କି ଲେଖା ଲେଖିବି କଲମ ଧରିଛି

   ମୁଖେ ନାହିଁ ମୋର ଭାଷା,

ବହୁଦିନ ହେବ ଅପେକ୍ଷାର ମୋଡ଼

  ହୃଦୟେ ମୋ ବାନ୍ଧିଛି ଆଶା।।


ଆଖି ସାମ୍ନାରେ ଅକ୍ଷରର ଆଲୋଡନ

  ଦିଶେ କେଡେ ମନୋହର,

ଦୂରେ ଥାଇ ଲାଗେ ପାଖେ ଥିଲା ପରି

  ପ୍ରେମ ସ୍ପର୍ଶରେ ବିଲୟ ମନ ମୋର।।



ଶ୍ରାବଣଧାରାରେ ଭାସି ଯାଇଥିଲା 

       ମୋ ମନର କେତେ କଥା,

ତୁମେ ଯଦି ପ୍ରିୟା ସହମତି ହେଲେ

        ଛୁଟିଯିବ ମୋର ବ୍ୟଥା।।



ପ୍ରତିଟି ମୁହୂର୍ତ୍ତର ତୁମ ଭାବର ଭାବୁକ

    ହୋଇ ଭାବୁଥାଏ ରାତିଦିନ,

ତୁମ ଚାରୁବାଙ୍କ ଚାହାଣୀରେ

   ଆଘାତ ହୁଏ ମୋର ପ୍ରତିଟି ସ୍ପନ୍ଦନ।।



ନାହିଁ ତିଳେ ମାତ୍ର ତ୍ରୁଟି

         ତୁମ ଅପରୂପ ସୌନ୍ଦର୍ଯ୍ୟରେ, 

     ଗଢ଼ିଅଛି କୋଉ କାରିଗର

            ଏତେ ଯତନରେ।।



ହୃଦୟେ ମୋ ସର୍ବଦା ହୁଏ ପ୍ରକାଶିତ 

            ତୁମ ଆକର୍ଷିତ ଛବି,

ସମୟର ଅନ୍ତରାଳରେ ହଜିଯାଏ

       ତୁମ ହୃଦୟର ଅଫିଟା ଚାବି।।



ଭଲପାଇ ନିଷ୍ପତି ନେଇଛି ମୁଁ 

     ଜିତିଯିବି ତୁମ ହୃଦୟର ପ୍ରତିଟି ରାଜ୍ୟ,

କାହିଁକିନା ମୋ ହୃଦୟ କୋଣାର୍କ ପରେ

              ତୁମେ ଅଷ୍ଟମ ଆଶ୍ଚର୍ଯ୍ୟ ।।



ପାରିବାରିକ ଜୀବନର ପରିଧିରେ 

       ଗଢିତୋଳିବା ଆମ ପ୍ରେମ,

 ଜୀବନସାଥୀର କର୍ତ୍ତବ୍ୟ କରିବି

     ଆସୁ ଯେତେ ବାଧା ବିଘ୍ନ।।



ଚାଲିରେ ତୁମ ପଦ୍ମ ଫୁଟେ

       ହସରୁ ଝରେ ମହୁ ,

କଥା ତୁମର କୋକିଳ କୁହୁ

     କହିଦିଅ ଥରେ ଆଇ ଲଭ୍ ୟୁ।।

  


ସମାଜର ଚାରିକାନ୍ଥ ପ୍ରଭାବରେ

  ହୃଦୟର ଅକୁହା କଥାକୁ ଦିଅନି ଚାପି,

ଚେତନା କାଳରୁ ବାହାରି

      ପ୍ରେମ ମୋ ଦେଖ ଥରେ ମାପି।।



ନିଆରା ଢଙ୍ଗରେ ପ୍ରେମିକାକୁ

      ମୋର ପ୍ରେମ ନିବେଦନ,

ରାଜି ହୋଇଯାଅ ଥରେ 

     ବନେଇବି ମୋର ଧନ।।


Rate this content
Log in

Similar oriya poem from Romance