STORYMIRROR

ବିଶ୍ବମ୍ବର ବେହେରା

Classics

3  

ବିଶ୍ବମ୍ବର ବେହେରା

Classics

ମୋ ଜୀବନର ସରଳାର୍ଥ

ମୋ ଜୀବନର ସରଳାର୍ଥ

1 min
186


ମୋ ଜୀବନର ସରଳାର୍ଥ

କହୁଚି କାହାକୁ

ଶୁଣିବ କିଏ,ଲାଗେ ମତେ

ଜୀବନ ମୋ ହୋଇଗଲା କି ବ୍ୟର୍ଥ ।।


ଭୂମି ସ୍ପର୍ଶ ପରେ

ଆଲୋଡନ ଖେଳିଗଲା

ପରିବାର ରେ

କିଛି ହସିଥିଲେ ,କିଛି ଭାବିଥିଲେ

ରହିଯିବି କାଳେ

ଅନ୍ଧାରରେ ।।


ପ୍ରଥମ ପାଦରେ 

ଚାଲିଗଲି ବହୁଦୂର

ନଥିଲା ମୋହମାୟା କି ଜଡତା

ବାସ୍ତବିକ ସଂସାରରେ ।।


ପରିବାର ଓ ପୁସ୍ତକ

ମଧ୍ୟରେ ହୋଇଗଲି ଛନ୍ଦି

ପାଇଲି ପ୍ରଶଂସା 

ବହୁତ ଗୁଡ଼ିଏ ପ୍ରତିଶ୍ରୁତି

ନଥିଲା ଆପତ୍ତି ।।


ଉତ୍କ୍ଷିପ୍ତ ହେଲା ମୋର

ଅଚଳ ଦ୍ୱିତୀୟ ପାଦ

କରିଦେଲି 

ଶିକ୍ଷା ଓ ଖୁସି ମଧ୍ୟେ ଭେଦ ।।


ଖୁସି ଏହା 

ଅଳପ ବହୁତେ ଥାଏ

ଭାବେ ଯେବେ,ପାଏ କଷ୍ଟ

ହେଲେ ପୁଣି କିଛି କିଛି ହୁଏ ।।


ଭାବେ ସେ ଖୁସିକୁ

କରିବି ଜୀବନର

ପ୍ରାନ୍ତବିନ୍ଦୁ,

ଅନ୍ତର ଜାନିପରିଲାନି ବୋଧେ

ଆକାଶ ନା ସିନ୍ଧୁ ।।


ଏବେ ବି ମୁଁ

ପାଇନାହିଁ

ପରିଚୟ ନିଜର

ଚାଲୁଛି ମୁ ଚାଲୁଥିବି

ସବୁ ଭାବି ମୋର ।।


ଜୀବନର ଚାରିପୃଷ୍ଠାରେ

ରହି ଅଛି ଅଧାରେ

ସଂକଳ୍ପ ବଦ୍ଧ ପରିଧିର

ସଂକୀର୍ଣ୍ଣ ଅନ୍ତରାଳେ ।।


କିଛି କରିଛି 

    ଏବେ ବି କରୁଛି

ଚାଲୁଛି ଚାଲିବି

     ବାକି ଅଛି କିଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics