Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିଶ୍ବମ୍ବର ବେହେରା

Abstract Classics Inspirational

4.3  

ବିଶ୍ବମ୍ବର ବେହେରା

Abstract Classics Inspirational

ନୀରବତା

ନୀରବତା

1 min
187



ନୀରବତା ଏକ ସ୍ୱପ୍ନ ର ଝଲକ

       ସୀମାହୀନ ପଥର ପଥିକ

ଅଶାନ୍ତ ହୃଦୟ ର ଆବେଗ ସେ

     ପୁଣି କେବେ ସେ ଦେଖାଏ ଆଲୋକ ।


ବାସ୍ତବରେ ନୀରବତା ହିଁ

        ଶେଷ୍ଠ ଉପାୟ

ସ୍ୱାର୍ଥବାଦୀ ଦୁନିଆ କୁ

      ଦେବାପାଇଁ ପରାଜୟ ।


ନିରବ ରହିବା ପାଇଁ

      ଥାଏ ନିଦ୍ଧିଷ୍ଟ ସମୟ

କହୁନାହିଁ ଆମେ

        ସହିବା ଅନ୍ୟାୟ ।


ଜୀବନରେ ବେଳେବେଳେ ସତ୍ୟର

         ସାମ୍ନା କରିବାକୁ ହୁଏ

ନିଜର ଭୁଲ ଥିଲେ

        କିଛି ସହିବାକୁ ହୁଏ ।


ଅବଶ୍ୟ ନୀରବରେ ରହିଗଲେ

         ସମାଧାନ ହୁଏ

କିଏ ସୁଖ ଆଉ

     କିଏ ଦୁଃଖ ପାଏ ।


ନିରବର ପରିଭାଷା ଥାଏ

     ହୃଦୟ ଆଉ ଆଖିରେ

ସେ ଭାଷା କୁ

     ମୂର୍ଖ ମଧ୍ୟ୍ୟ ପଢ଼ିପାରେ ।


ସେହି ଭାଷା ରେ ଅଛି

      ଅହେତୁକ ପ୍ରଭାବ

ଥାଏ ଯିଏ ଅଭିଜ୍ଞ

      ସେ କରେ ଅନୁଭବ ।


ପୁଣି କେବେ ନୀରବତା

        ନୁହେଁ ସମାଧାନ

ମୁଁହ ଖୋଲିବାକୁ ହୁଏ

       ପାଇବାକୁ ଆତ୍ମସମ୍ମାନ ।


ବିଚଳିତ ନା ହୋଇ

        କର ସମ୍ମୁଖୀନ

ସେଭଳି ପରିସ୍ଥିତି ରେ

       ନିରବ କୁ କର ପ୍ରତ୍ୟାଖାନ ।


ବାସ୍ତବ ରେ ଜୀବନ ପଥ

        ଅଟେ ଅତି ରହସ୍ୟମୟ

କେବେକେବେ ସ୍ୱାଗତ

       ଆଉ କେବେ ବିଦାୟ ।


ଭୁଲ ନ କର

      ନ କର ଭୟ

ତେବେ ସୁଷ୍ଟି ହେବ

     ଜୀବନ ଜନ୍ମର ବିଜୟ ।


         


Rate this content
Log in

Similar oriya poem from Abstract